'କିସି କା ଭାଇ କିସି କି ଜାନ'ର ଆଡଭାନ୍ସ ବୁକିଂ ଆରମ୍ଭ, ରିଲିଜ୍ ପୂର୍ବରୁ ହେଲା ହାଉସଫୁଲ୍
ମୁମ୍ବାଇ: ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' ବଲିଉଡର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଚଳିତ ମାସ ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବି କ୍ରେଜ୍ ଦେଖିବା ପାଇଁ ମିଳୁଛି । ଏହାରି ମଧ୍ୟରେ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଅନେକ ଥିଏଟରରେ ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ହାଉସ ଫୁଲ ହୋଇ ସାରିଲାଣି ।
'କିସି କା ଭାଇ କିସି କି ଜାନ'ର ଆଡଭାନ୍ସ ବୁକିଂ ଆରମ୍ଭ
ରିପୋର୍ଟ ଅନୁସାରେ, ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କିସି କି ଜାନ'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଯାହାକୁ ବେଶ୍ ଭଲ ପ୍ରତିକ୍ରିୟା ମିଳିବା ଆରମ୍ଭ ହୋଇଯାଇଛି । ବିଶେଷକରି ମୁମ୍ବାଇର ଗେୟଟି ଗ୍ୟାଲେକ୍ସିରେ ଫିଲ୍ମର ଅନେକ ଅଗ୍ରୀମ ବୁକିଂ ଆରମ୍ଭ ହୋଇଛି । ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟରେ ଶନିବାର ଏବଂ ରବିବାର ପାଇଁ ବର୍ତ୍ତମାନଠୁ ବୁକିଂ ଆରମ୍ଭ ହୋଇଯାଇଛି ।

ଏକ ନ୍ୟୁଜ୍ ପୋର୍ଟାଲ ରିପୋର୍ଟ ଅନୁସାରେ, 'କିସି କା ଭାଇ କିସି କି ଜାନ'ର ଟିକେଟ୍ ମୂଲ୍ୟ କମ୍ ରଖାଯାଇଛି । ଯାହା ଲୋକଙ୍କୁ ମଧ୍ୟ ପସନ୍ଦ ଆସୁଛି ଏବଂ ଫିଲ୍ମ ପାଇଁ ଅଧିକରୁ ଅଧିକ ଟିକେଟ୍ ବୁକିଂ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତର ରିପୋର୍ଟ ଅନୁସାରେ ଫିଲ୍ମକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି ।

'କିସି କା ଭାଇ କିସି କି ଜାନ'ରେ ଅନେକ କଳାକାର ଏକାଠି ନଜର ଆସିବେ
ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ 'କିସି କା ଭାଇ କିସି କି ଜାନ' ଚଳଚ୍ଚିତ୍ରରେ ସଲମାନ ଖାନ, ପୂଜା ହେଗଡେ, ଭେଙ୍କଟେଶ ଡଗଗୁବତୀ, ଭୁମିକା ଚାୱଲା, ବିଜୟନ୍ଦର ସିଂ, ଶାହେନାଜ ଗିଲ, ସିଦ୍ଧାର୍ଥ ନିଗମ, ଜସି ଗିଲ, ପଲକ ତିୱାରୀ, ରାଘବ ଜୁଏଲ ଏବଂ ଅନ୍ୟାନ୍ୟ କଳାକାରଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରଟି ୨୧ ଏପ୍ରିଲ ୨୦୨୩ରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ବର୍ତ୍ତମାନ ଏହି ଫିଲ୍ମର ପୁରା ଟିମ୍ ସିନେମାକୁ ପ୍ରମୋଟ୍ କରିବାରେ ବିଜି ଅଛି ।












Click it and Unblock the Notifications