ସାମନାକୁ ଆସିଲା ଅଦନାନ ସାମିଙ୍କ ନୂଆ ଲୁକ୍, ଦିୱାନା ଫ୍ୟାନ୍ସ
ଜଣେ ସଫଳ ଗାୟକ ଭାବେ ଲୋକପ୍ରିୟ ଅଦନାନ ସାମି। ଏହାଛଡା ଅଦନାନଙ୍କ ବର୍ଦ୍ଧିତ ଓଜନ ପାଇଁ ବହୁ ସମୟରେ ସେ ଟ୍ରୋଲର ଶିକାର ହୋଇଥାନ୍ତି । ଗୋଟିଏ ପଟେ ତାଙ୍କ ହିଟ୍ ଗୀତ ଆଉ ଅନ୍ୟପଟେ ଓଜନ ଯେଉଁଥିପାଇଁ ବଲିଉଡରେ ଅଦନାନଙ୍କ ଚର୍ଚ୍ଚା ହେଉଥାଏ ।
ମୁମ୍ବାଇ: ଜଣେ ସଫଳ ଗାୟକ ଭାବେ ଲୋକପ୍ରିୟ ଅଦନାନ ସାମି। ଏହାଛଡା ଅଦନାନଙ୍କ ବର୍ଦ୍ଧିତ ଓଜନ ପାଇଁ ବହୁ ସମୟରେ ସେ ଟ୍ରୋଲର ଶିକାର ହୋଇଥାନ୍ତି । ଗୋଟିଏ ପଟେ ତାଙ୍କ ହିଟ୍ ଗୀତ ଆଉ ଅନ୍ୟପଟେ ଓଜନ ଯେଉଁଥିପାଇଁ ବଲିଉଡରେ ଅଦନାନଙ୍କ ଚର୍ଚ୍ଚା ହେଉଥାଏ । ଏବେ କିନ୍ତୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅଦନାନ। ଏବେ ଆଉ କେହି ତାଙ୍କ ଓଜନକୁ ନେଇ କରିବେନି ଟ୍ରୋଲ।


ଏହାପରେ ଆରମ୍ଭ ହୋଇଥିଲା ଅଦନାନଙ୍କ ଓଜନ କମ ଯାତ୍ରା । କିନ୍ତୁ ଅଦନାନଙ୍କ ଏହି ଓଜନ କମ କରିବା ପଛରେ କେଉଁ ବଡ ସର୍ଜରୀ କରାଯାଇ ନାହିଁ । କେବଳ ଡାଏଡରେ କିଛି ପରିବର୍ତ୍ତନ ଦ୍ବାରା ତାଙ୍କର ଓଜନ କମ ହୋଇଛି । ତାଙ୍କୁ କେବଳ ସାଲାଡ, ମାଛ ଓ ସିଝା ଡାଲି ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥିଲେ । ବିନା ଚିନିରେ ଚା' ପିଇ ସେ ସକାଳ ଆରମ୍ଭ କରୁଥିଲେ । ଏହାପରେ ଦ୍ବିପ୍ରହରରେ ସେ ସାଲାଡ ଓ ମାଛ ଖାଉଥିଲେ । ସେହିପରି ରାତ୍ରି ଭୋଜନରେ ସିଝା ଡାଲି ନଚେତ ଚିକେନ ଖାଉଥିଲେ । ସକାଳର ଜଳଖିଆରେ ପପକର୍ଣ୍ଣ ଖାଉଥିଲେ ଅଦନାନ ।
ତାଙ୍କ ଓଜନ ଏତେ ଥିଲା ଯେ ସେ ନଇଁକରି କୌଣସି କାମ କରିପାରୁ ନଥିଲେ । ସପ୍ତାହକୁ ୬ ଦିନ କାର୍ଡିଓ ବ୍ୟାୟାମ କରି ମାସକୁ ୧୦ କିଲୋ ଓଜନ କମାଇଥିଲେ ଅଦନାନ । ଏବେ ତାଙ୍କ ଓଜନ ୭୫ କିଲୋଗ୍ରାମରେ ପହଞ୍ଚିଛି । ଡାକ୍ତରଙ୍କ କହିବା ମୁତାବକ ସେ ଇମୋସନାଲ ଇଟିଂର ଶିକାର ହୋଇଥିଲେ । ବ୍ୟସ୍ତ ବିବ୍ରତ ବା ନକରାତ୍ମକ ଚିନ୍ତାରେ ଥିବା ବ୍ୟକ୍ତି ଇମୋସନାଲ ଇଟିଂର ଶିକାର ହୋଇ ଫାଷ୍ଟ ଫୁଡ ଓ ଜଙ୍କ ଫୁଡର ସାହାରା ନେଇଥାଏ ।












Click it and Unblock the Notifications