ଅନ୍ୟନ୍ୟାଙ୍କୁ ବିବାହ କରିବେ ଆଦିତ୍ୟ ! ବିବାହକୁ ନେଇ ଏପରି ମତ ରଖିଲେ ଅଭିନେତା
Aditya Roy Kapur to Marry Ananya Panday:ଅନ୍ୟନ୍ୟାଙ୍କୁ ବିବାହ କରିବେ ଆଦିତ୍ୟ ! ବିବାହକୁ ନେଇ ଏପରି ମତ ରଖିଲେ ଅଭିନେତା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପେଣ୍ତେ ଓ ଆଦିତ୍ୟ ରୟଙ୍କ ପ୍ରେମ ଚର୍ଚ୍ଚା ଜୋର୍ ଧରିଛି । ରିପୋର୍ଟ ଅନୁସାରେ ଦୁଇଷ୍ଟାର ଏବେ ଡେଟ୍ କରୁଛନ୍ତି । ନିକଟରେ କରଣ ଜୋହରଙ୍କ ସୋ'ରେ ପହଁଚିଥିଲେ ଅନନ୍ୟା ଯେଉଁଠି କରଣ ତାଙ୍କୁ ଆଦିତ୍ୟଙ୍କ ବିଷୟରେ ପଚାରିଥିଲେ ହେଲେ ଅନନ୍ୟା କୌଣସି ଉତ୍ତର ନ ଦେଇ ପ୍ରଶ୍ନଟି ଏଡେଇ ଦେଇଥିଲେ । ହେଲେ କରଣ ଅନନ୍ୟା ଏବଂ ଆଦିତ୍ୟଙ୍କ ପ୍ରେମ ସଂପର୍କକୁ ପଚାରିଥିବା ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା ।

E-Times ସହିତ ଏକ ସାକ୍ଷାତକାରରେ ଆଦିତ୍ୱ କହିଥିଲେ ସେ ବିବାହରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରନ୍ତି । ସେ ପ୍ରତ୍ୟେକ ଦିନକୁ ସମାନ ପରି ଦେଖନ୍ତି । ତେଣୁ ଯଦି ବିବାହ କରିବାକୁ ପଡେ, ତେବେ ନିଶ୍ଚୟ କରିବେ ।ହେଲେ ଏବେ କୌଣସି ଯୋଜନା କରିନାହିଁ ବୋଲି ମଧ୍ୟ କହିଛନ୍ତି । ଏହା ସହ ଅଭିନେତା କହିଛନ୍ତି ସେ ପରିବାର ସହିତ ସମୟ ବିତାଇବା ବ୍ୟତୀତ, ଗିଟାର ବଜାଇବା, କ୍ରୀଡା ଏବଂ ଭ୍ରମଣରେ ମଧ୍ୟ ରୁଚି ରଖନ୍ତି । ହେଲେ ଆଦିତ୍ୟ ରୟ କପୁର ଅନନ୍ୟା ପାଣ୍ଡେଙ୍କ ସହ ନିଜ ସମ୍ପର୍କକୁ ଗ୍ରହଣ କରିନାହାଁନ୍ତି ।












Click it and Unblock the Notifications