ବିବାହ କଲେ ଆଦିତି ରାଓ ହାଇଦରି ଏବଂ ସିଦ୍ଧାର୍ଥ

Aditi-Sidharth Wedding: ଆଦିତି ରାଓ ହାଇଦରି ଏବଂ ସିଦ୍ଧାର୍ଥ ଦୀର୍ଘ ଦିନ ଧରି ସମ୍ପର୍କ ପରସ୍ପରକୁ ଡେଟ୍ କରୁଥିଲେ । ମାର୍ଚ୍ଚ ମାସରେ ଏହି ଷ୍ଟାର ଦମ୍ପତିଙ୍କର ନିର୍ବନ୍ଧ ହୋଇଥିଲା । ଯାହା ପରେ ଅନେକ ସ୍ଥାନରେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳିଥାଏ । ଶେଷରେ ଏହି ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଭିନେତ୍ରୀ ଆଦିତି ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହର ପ୍ରଥମ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି ଏବଂ ଅନେକ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି ।

Aditi Rao Hydari

ବିବାହ ଫଟୋରେ ଏହି ଦମ୍ପତି ପାରମ୍ପାରିକ ପୋଷାକରେ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରିବାବେଳେ ଅଭିନେତ୍ରୀ ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ଆଦିତ୍ୟ ଲେଖିଛନ୍ତି, "ତୁମେ ମୋର ସୂର୍ଯ୍ୟ, ମୋର ଚନ୍ଦ୍ର ଏବଂ ମୋର ସମସ୍ତ ତାରା ... ଶ୍ରୀମତୀ ଏବଂ ଶ୍ରୀ ଅଦୁ-ସିଦ୍ଧୁ । ଆଦିତି-ସିଦ୍ଧାର୍ଥ ସେମାନଙ୍କ ବିବାହର ଅନେକ ଫଟୋ ସେୟାର କରିଛନ୍ତି । ଏହି ଦମ୍ପତି ମନ୍ଦିରରେ ବିବାହ କରିଥିଲେ। ଉଭୟଙ୍କ ଲୁକ୍ ଏକ ଦମ ସିମ୍ପଲ ଥିଲା ହେଲେ ବେଶ୍ ସୁନ୍ଦର ନଜର ଆସୁଥିଲେ ଏକି ଷ୍ଟାର କପଲ୍ ।

ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି । ଉଭୟଙ୍କ ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତି ଥିଲେ । ଏହା ସହିତ ବର୍ତ୍ତମାନ ସମସ୍ତ ପ୍ରଶଂସକ ଏବଂ ସେଲିବ୍ରିଟି ଏହି ଦମ୍ପତିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+