Get Updates
Get notified of breaking news, exclusive insights, and must-see stories!

ରିଲିଜ୍ ହେଲା ଫିଲ୍ମ 'ଆଦିପୁରୁଷ', ଟ୍ୱିଟ୍ କରି ପ୍ରଶଂସକ ଲେଖିଲେ ଏପରି କଥା...

ମୁମ୍ବାଇ:ଦୀର୍ଘ ଦିନର ଅପକ୍ଷା ପରେ ରିଲିଜ୍ ହେଲା ପ୍ରଭାସ ଏବଂ କ୍ରିତି ସନନଙ୍କ ଫିଲ୍ମ 'ଆଦିପୁରୁଷ' । ପ୍ରଶଂସକଙ୍କ ମନ ଜିଣୁଛି ଏହି ବିଗ୍ ବଜେଟ୍ ଫିଲ୍ମ । ଫିଲ୍ମର ପ୍ରଥମ ଦିନ ଅର୍ଥାତ୍ ଆଜି ଏହି ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ଦେଖିବାକୁ ମିଳୁଛି ପ୍ରଶଂସକଙ୍କର ନାହିଁ ନଥିବା ଭିଡ ବହୁ ସଂଖ୍ୟାରେ ଟିକେଟ୍ ବୁକିଂ ମଧ୍ୟ ହେବାରେ ଲାଗିଛି ।

ମୁକ୍ତିଲାଭ କଲା ଫିଲ୍ମ 'ଆଦିପୁରୁଷ'
'ଆଦିପୁରୁଷ' ଦେଖିବା ପାଇଁ ଥିଏଟର ବାହାରେ ସିନେ ପ୍ରେମୀଙ୍କର ଲମ୍ବା ଧାଡି ଦେଖିବା ପାଇଁ ମିଳୁଛି । ଏପରିକି କିଛି କିଛି ସ୍ଥାନରେ ବର୍ତ୍ତମାନ ଟିକେଟ୍ ମଧ୍ୟ ମିଳୁନଥିବାର ସୂଚନା ରହିଛି । ବର୍ତ୍ତମାନ କ୍ରମାଗତ ଭାବେ ସୋସିଆଲ ମିଡିଆରେ 'ଆଦିପୁରୁଷ' ଟ୍ରେଣ୍ତ୍ କରିବାରେ ଲାଗିଛି ।

Prabhas

ବର୍ତ୍ତମାନ ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଟ୍ରେଣ୍ଡ୍ କରୁଛି । ଫ୍ୟାନ୍ସ ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ଉପଭୋକ୍ତା ଏହି ଚଳଚ୍ଚିତ୍ରର ପ୍ରଶଂସା କରି ଲେଖିଛନ୍ତି, "ଆଦିପୁରୁଷ ଏକ ମହାନ ଚଳଚ୍ଚିତ୍ର, ଏହାର ବିଜିଏମ୍ ଖୁବ ଖାସ୍ । ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି, "ଫିଲ୍ମର ଷ୍ଟାର କାଷ୍ଟ ଏବଂ ଗୀତ ସବୁ କିଛି ଖୁବ ଖାସ । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଭିଏଫଏକ୍ସ ସେତେ ଭଲ ନୁହେଁ ହେଲେ ଚଳଚ୍ଚିତ୍ରଟି ବ୍ଲକବଷ୍ଟର ଅଟେ। '

ଏହା ବ୍ୟତୀତ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ଜୋଡି ଖୁବ ସୁନ୍ଦର ଅଭିନୟ କରିଛନ୍ତି । ସବୁ କିଛିର ପ୍ରଶଂସା କରାଯାଉଥିବା ବେଳେ VFXକୁ ସେତେଟା ପସନ୍ଦ କରୁନାହାଁନ୍ତି ଦର୍ଶକ । ସେହିପରି ଅନେକ ଏହି ଫିଲ୍ମ ଦେଖିବା ପାଇଁ ପରାମର୍ଶ ଦେଉଛନ୍ତି ।

ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷରେ, କ୍ରିତି ସନନ୍ ମାଆ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ରାମ ଚରିତ୍ରରେ ପ୍ରଭାସଙ୍କୁ ଦେଖିବା ପାଇଁ ମିଳୁଛି ଏବଂ ସୈଫ୍ ଅଲ୍ଲି ଖାନଙ୍କୁ ରାବଣ ଭୂମିକାରେ ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ ଅପେକ୍ଷା ଫିଲ୍ମର ପ୍ରଥମ ଦିନର ଆୟ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+