Get Updates
Get notified of breaking news, exclusive insights, and must-see stories!

ବଢିଲା 'ଆଦିପୁରୁଷ' ନିର୍ମାତାଙ୍କ ଚିନ୍ତା, ଏଥର ରାଗିଲେ ମନ୍ତ୍ରୀ

ବଢିଲା 'ଆଦିପୁରୁଷ' ନିର୍ମାତାଙ୍କ ଚିନ୍ତା, ଏଥର ରାଗିଲେ ମନ୍ତ୍ରୀ

ମୁମ୍ବାଇ: ଥମିବାର ନାଁ ନେଉ ନାହିଁ 'ଆଦିପୁରୁଷ'ର ବିବାଦ । ଆଉ ଏକ ନୂଆ ବିବାଦ ମୁଣ୍ତ ଟେକିଲାଣି । ଏଥର ମନ୍ତ୍ରୀଙ୍କର ରାଗର ଶିକାର ହୋଇଛି ପ୍ରଭାସଙ୍କର ବିଗ୍ ବଜେଟ୍ ଫିଲ୍ମ । ଓମ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ'ର ଟିଜର ରବିବାର ସନ୍ଧ୍ୟାରେ ରିଲିଜ୍ ହୋଇଥିଲା ଯାହା ପରଠୁ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ହଙ୍ଗାମା । ଫିଲ୍ମର ପ୍ରାୟ ସମସ୍ତ ଚରିତ୍ରକୁ ଏବେ ବିରୋଧ କରଯାଉଛି ।

Adipurush

ଅକ୍ଟୋବର ୨ ତାରିଖ ରବିବାର ଦିନ ଅଯୋଧ୍ୟାରେ ବେଶ୍ ଧୁମଧାମରେ 'ଆଦିପୁରୁଷ'ର ଟିଜର ଲଞ୍ଚ୍ କରାଯାଇଥିଲା । ଫିଲ୍ମର ଷ୍ଟାରକାଷ୍ଟ ଓ ନିର୍ଦ୍ଦେଶକ ଏହି ଇଭେଣ୍ଟରେ ନଜର ଆସିଥିଲେ । ହେଲେ ରିଲିଜ୍ ହେବା ପରଠୁ ଦର୍ଶକଙ୍କର ନେଗେଟିଭ୍ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । ପ୍ରଥମେ କେବଳ ସୋସିଆଲ ମିଡିଆରେ ୟୁଜର୍ସ ଟିଜରକୁ ପରିହାସ କରୁଥିଲେ। ହେଲେ ଏବେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଡଃ.ନରୋତ୍ତମ ମିଶ୍ର 'ଆଦିପୁରୁଷ' ଟିଜରକୁ ବିରୋଧ କରିଛନ୍ତି । ଏଭଳି କି ସେ ଫିଲ୍ମର କିଛି ଦୃଶ୍ୟକୁ ଦେଖି ଖୁବ୍ ରାଗି ଯାଇଛନ୍ତି ସେ କହିଛନ୍ତି' ଫିଲ୍ମ ଟିଜରରେ ଅନେକ ବିବାଦୀୟ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଭଗବାନ ହନୁମାନ ଚମାଡା ପୋଷାକରେ ନଜର ଆସୁଛନ୍ତି, ଫିଲ୍ମରେ ଏପରି ଦୃଶ୍ୟ ଧାର୍ମିକ ଭାବନାକୁ ଆଘାତ ଦେଉଛି ।' ତେବେ ଫିଲ୍ମରୁ ଏ ପରି ବିବାଦୀୟ ଦୃଶ୍ୟକୁ ହଟାଇବା ପାଇଁ ଫିଲ୍ମ ପ୍ରଯୋଜକ ଓମ୍ ରାଉତଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ମନ୍ତ୍ରୀ । ଏହା ସହ ସେ କହିଛନ୍ତି ଯେ ଯଦି ଏହି ଦୃଶ୍ୟ ନ ହଟାଯାଏ, ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚାନାଥାଉ ଯେ, ସୈଫଙ୍କ ରାବାଣ ଚରିତ୍ରକୁ ନେଇ ମଧ୍ୟ ବିବାଦ ଦେଖିବା ପାଇଁ ମିଳିଥିଲା । ଅଖିଳ ଭାରତ ହିନ୍ଦୁ ମହାସଭାର ଜାତୀୟ ସଭାପତି ସ୍ୱାମୀ ଚକ୍ରପାଣି ମହାରାଜ ସୈଫଙ୍କ ଲୁକକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ 'ହିନ୍ଦୁ ଧର୍ମର ପୌରାଣିକ ଚରିତ୍ର ଗୁଡ଼ିକ ସହିତ ଟାମ୍ପରିଂକୁ ବରଦାସ୍ତ କରାଯିବ ନାହିଁ'। ଏହାସହ ଇସଲାମୀୟ ଆତଙ୍କବାଦୀ ଖିଲଜୀ କିମ୍ବା ଔରଙ୍ଗଜେବଙ୍କ ଭଳି ତାଙ୍କ ମଥାରେ ତିଲକ କାହିଁକି ନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ଲଙ୍କାପତୀ ରାବଣ, ପ୍ରଭୁ ଶିବଙ୍କର ଜଣେ ବଡ଼ ଭକ୍ତ । ଆମ ପୁରାଣ ଚରିତ୍ର ଗୁଡ଼ିକ ସହିତ ଏପରି ଢଙ୍ଗରେ ଖେଳିବା ଅନୁଚିତ୍ ।

ସେପଟେ କିଛି ସିନେପ୍ରେମୀ ଫିଲ୍ମର ପ୍ରଥମ ଲୁକକୁ ପ୍ରଶଂସା କରୁଥିବାବେଳେ ଅନେକେ ଫିଲ୍ମ ନିର୍ମାତାଙ୍କୁ ଟ୍ରୋଲ କରୁଥିବାର ଦେଖିବା ପାଇଁ ମିଳୁଛି । ଖାସ କରି ଫିଲ୍ମର ଭିଏଫଏକ୍ସ (ଭିଜୁଆଲ୍ ଇଫେକ୍ଟସ୍) କୁ ନେଇ ନିରାଶ ହୋଇଛନ୍ତି ଦର୍ଶକ । ବିଗ୍ ବଜେଟ୍ ଫିଲ୍ମକୁ ଏକ କାର୍ଟୁନ ଫିଲ୍ମ ସହ ତୁଳନା ମଧ୍ୟ କରାଯାଉଛି । ଫିଲ୍ମ 'ଆଦିପୁରୁଷ' 12 ଜାନୁୟାରୀ 2023ରେ IMAX ଏବଂ 3Dରେ ସିନେମା ହଲରେ ରିଲିଜ୍ କରାଯିବ । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ରାମ, ସୈଫ ଅଲ୍ଲୀ ଖାନ ରାବଣ, କ୍ରିତି ସାନନଙ୍କୁ ସୀତା ଏବଂ ସନ୍ନି ସିଂଙ୍କୁ ଲକ୍ଷ୍ମଣ ଚରିତ୍ରେରେ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+