ନିରାସ ହେଲେ ଦର୍ଶକ, ଟ୍ରୋଲ ହେଲା ପ୍ରଭାଷଙ୍କ ଫିଲ୍ମ 'ଆଦିପୁରୁଷ'

ନିରାସ ହେଲେ ଦର୍ଶକ, ଟ୍ରୋଲ ହେଲା ପ୍ରଭାଷଙ୍କ ଫିଲ୍ମ 'ଆଦିପୁରୁଷ'

ମୁମ୍ବାଇ: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'ର ଟିଜର ରିଲିଜ୍ ହୋଇଛି । ଓମ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ'ର ପ୍ରଥମ ଟିଜର ରବିବାର ସନ୍ଧ୍ୟାରେ ମୁକ୍ତିଲାଭ କରିଥିଲା ​​ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି । ଟ୍ୱିଟରରେ ମଧ୍ୟ ଟ୍ରେଣ୍ତରେ ରହିଛି । କିଛି ସିନେପ୍ରେମୀ ଫିଲ୍ମର ପ୍ରଥମ ଲୁକକୁ ପ୍ରଶଂସା କରୁଥିବାବେଳେ ଅନେକେ ଫିଲ୍ମର CGI (କମ୍ପ୍ୟୁଟର-ଜେନେରେଟେଡ୍ ଇମେଜରୀ) ଏବଂ ଭିଏଫଏକ୍ସ (ଭିଜୁଆଲ୍ ଇଫେକ୍ଟସ୍) କୁ ନେଇ ନିରାଶ ହୋଇଛନ୍ତି ।ତେବେ ଫିଲ୍ମର ଆନିମେସନକୁ ପାଇଁ ଟିଜରକୁ ନିନ୍ଦା କରାଯାଉଛି । ସୋସିଆଲ ମିଡିଆରେ ଲୋକେ ଫିଲ୍ମ ନିର୍ଦ୍ଦେଶକଙ୍କ ସହ ଅଭିନେତା ପ୍ରଭାସଙ୍କୁ ମଧ୍ୟ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମକୁ ଏକ କାର୍ଟୁନ ଫିଲ୍ମ ସହ ତୁଳନା କରାଯାଉଛି ।

ଟ୍ୱିଟରରେ 'ଆଦିପୁରୁଷ' ଟ୍ରେଣ୍ତ କରୁଛି । ଟିଜରରେ ଫିଲ୍ମରେ ବ୍ୟବହାର ହୋଇଥିବା VFXକୁ ଦେଖିବା ମାତ୍ରେ ଦର୍ଶକ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଅନେକ ସୋସିଆଲ ମିଡିଆ ୟୁଜର୍ସ ଥଟ୍ଟା କରି କହିଛନ୍ତି କାର୍ଟୁନ୍ ନେଟୱାର୍କ ଏବଂ ପୋଗୋ କାର୍ଟୁନ୍ ଚ୍ୟାନେଲ ଗୁଡିକରେ ଦେଖାଯାଉଥିବା କାର୍ଟୁନ୍‌ ପରି ଲାଗୁଛି । ଏହା ବ୍ୟତୀତ # ଆଦିପୁରୁଷ # ଡିସାପଏଣ୍ଟ, # କାର୍ଟୁନ୍ # ଭଳି ହ୍ୟାସ୍ ଟ୍ୟାଗ୍ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ଟିଜରକୁ ନିନ୍ଦା କରି ଲେଖିଛନ୍ତି ଯେ 'ଆଦିପୁରୁଷ' ବଦଳରେ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛି । ଜାପାନୀ ଲୋକମାନେ ମଧ୍ୟ ଓମ ରାଉତଙ୍କ ଅପେକ୍ଷା ଭଲ ରାମାୟଣ ସିନେମା ପ୍ରସ୍ତୁତ କରିଛନ୍ତି । ଟିଜରରେ ବାନରସେନାରେ ମାଙ୍କଡ଼ମାନଙ୍କ ଭିନ୍ନ ଭିନ୍ନ ପ୍ରଜାତି ଦେଖିବା ପାଇଁ ମିଳୁଛି ଯାହାକୁ ନେଇ ଅନେକ ୟୁଜର୍ସ ନିନ୍ଦା କରି କହିଛନ୍ତି ଯେ ବାନର ସେନାର ସୈନିକମାନଙ୍କୁ ମୂଳ କାହାଣୀ ପରି ଅଧା ମାନବ ଏବଂ ଅଧା ମାଙ୍କଡ଼ କରିବା ଉଚିତ୍। ଏହା ସହ ସୈଫ ଓ ପ୍ରଭାସଙ୍କ ଲୁକ ମଧ୍ୟ ଅନେକ ଲୋକଙ୍କୁ ପସନ୍ଦ ଆସୁନାହିଁ ।

Adipurush

ଫିଲ୍ମ 'ଆଦିପୁରୁଷ' ରାମାୟଣର ଉପରେ ନିର୍ମାଣ କରାଯାାଇଛି । ନିର୍ଦ୍ଦେଶକ ଓମ ରାଉତ କରୋନା ଲକଡାଉନ୍ ସମୟରେ ଏହି କାହାଣୀକୁ ଲେଖିଥିଲେ । ସେ ଜାପାନର ଆନିମେଟେଡ୍ ଫିଲ୍ମ ରାମାୟଣ ଦେଖିବା ପରେ ଏହି ଚଳଚ୍ଚିତ୍ର ତିଆରି କରିବା ପାଇଁ ଚିନ୍ତା କରିଥିଲେ। ରିପୋର୍ଟ ଅନୁସାରେ ଏହି ଫିଲ୍ମର ବଜେଟ୍ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି । କେବଳ VFX ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସୂଚନା ରହିଛି ।

'ଆଦିପୁରୁଷ' ଟିଜର ରବିବାର ଦିନ ମୁକ୍ତିଲାଭ କରିଛି ଏବଂ ଏହା ଏପର୍ଯ୍ୟନ୍ତ 2 କୋଟିରୁ ଅଧିକ ଭ୍ୟୁ ପାଇସାରିଲାଣି । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ରାମ, ସୈଫ ଅଲ୍ଲୀ ଖାନ ରାବଣ, କ୍ରିତି ସାନନଙ୍କୁ ସୀତା ଏବଂ ସନ୍ନି ସିଂଙ୍କୁ ଲକ୍ଷ୍ମଣ ଚରିତ୍ରେରେ ଦେଖିବା ପାଇଁ ମିଳିବ । 'ଆଦିପୁରୁଷ' 12 ଜାନୁୟାରୀ 2023ରେ IMAX ଏବଂ 3Dରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏବେ ଦେଖିବା ବାକି ରହିଲା ଆଗକୁ ଏହି ଫିଲ୍ମ ଦର୍ଶକଙ୍କୁ ଇମପ୍ରେସ କରିପାରୁଛି ନା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+