ବିବାଦରେ 'ଆଦିପୁରୁଷ', ଟାର୍ଗେଟରେ ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ଲୁକ୍
ବିବାଦରେ 'ଆଦିପୁରୁଷ', ଟାର୍ଗେଟରେ ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ଲୁକ୍
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ 'ଆଦିପୁରୁଷ'ର ଟିଜର ରିଲିଜ୍ ହୋଇଛି । ଓମ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ'ର ପ୍ରଥମ ଟିଜର ରବିବାର ସନ୍ଧ୍ୟାରେ ମୁକ୍ତିଲାଭ କରିଥିଲା । ଟିଜରରେ ଦେଖିବା ପାଇଁ ମିଳିଥିଲା ପ୍ରଭାସ, କ୍ରିତି ସାନନ୍, ସୈଫ୍ ଅଲ୍ଲି ଖାନ, ସନ୍ନି ସିଂଙ୍କ ଦମଦାର ଲୁକ୍ । କିଛି ସିନେପ୍ରେମୀ ଫିଲ୍ମର ପ୍ରଥମ ଲୁକକୁ ପ୍ରଶଂସା କରୁଥିବାବେଳେ ଅନେକେ ଫିଲ୍ମ ନିର୍ମାତାଙ୍କୁ ଟ୍ରୋଲ କରୁଥିବାର ଦେଖିବା ପାଇଁ ମିଳୁଛି । ଖାସ କରି ଫିଲ୍ମର ଭିଏଫଏକ୍ସ (ଭିଜୁଆଲ୍ ଇଫେକ୍ଟସ୍) କୁ ନେଇ ନିରାଶ ହୋଇଛନ୍ତି ଦର୍ଶକ । ବିଗ୍ ବଜେଟ୍ ଫିଲ୍ମକୁ ଏକ କାର୍ଟୁନ ଫିଲ୍ମ ସହ ତୁଳନା ମଧ୍ୟ କରାଯାଉଛି ।

ହେଲେ ଏବେ ଫିଲ୍ମ 'ଆଦିପୁରୁଷ'କୁ ନେଇ ଏକ ବିବାଦ ଦେଖିବା ପାଇଁ ମିଳୁଛି । ଏଥର ସୈଫଙ୍କ ରାବାଣ ଚରିତ୍ରକୁ ନେଇ ଘନେଇଲାଣି ବିବାଦ । ବର୍ତ୍ତମାନ ହିନ୍ଦୁ ମହାସଭା ଏବଂ ବିଜେପି ମଧ୍ୟ ଏହି ପୁରା ବିବାଦରେ ସାମିଲ୍ ହୋଇଛନ୍ତି । ଫିଲ୍ମ 'ଆଦିପୁରୁଷ' ରାମାୟଣର ଉପରେ ନିର୍ମାଣ କରାଯାାଇଛି । ନିର୍ଦ୍ଦେଶକ ଓମ ରାଉତ କରୋନା ଲକଡାଉନ୍ ସମୟରେ ଏହି କାହାଣୀକୁ ଲେଖିଥିଲେ । ଏହି ଚଳଚ୍ଚିତ୍ରରେ ସୈଫ ଅଲ୍ଲି ଖାନଙ୍କୁ ରାବଣ ଭୂମିକାରେ ଦେଖିବା ପାଇଁ ମିଳୁଛି । ଅଖିଲ ଭାରତ ହିନ୍ଦୁ ମହାସଭାର ଜାତୀୟ ସଭାପତି ସ୍ୱାମୀ ଚକ୍ରପାଣି ମହାରାଜ ସୈଫଙ୍କ ଲୁକକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ 'ହିନ୍ଦୁ ଧର୍ମର ପୌରାଣିକ ଚରିତ୍ର ଗୁଡ଼ିକ ସହିତ ଟାମ୍ପରିଂକୁ ବରଦାସ୍ତ କରାଯିବ ନାହିଁ'। ଏହାସହ ଇସଲାମୀୟ ଆତଙ୍କବାଦୀ ଖିଲଜୀ କିମ୍ବା ଔରଙ୍ଗଜେବଙ୍କ ଭଳି ତାଙ୍କ ମଥାରେ ତିଲକ କାହିଁକି ନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ଲଙ୍କାପତୀ ରାବଣ, ପ୍ରଭୁ ଶିବଙ୍କର ଜଣେ ବଡ଼ ଭକ୍ତ । ଆମ ପୁରାଣ ଚରିତ୍ର ଗୁଡ଼ିକ ସହିତ ଏପରି ଢଙ୍ଗରେ ଖେଳିଲେ ସହ୍ୟ କରାଯାଇପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।
ସେହିପରି ବିଜେପି ମୁଖପାତ୍ର ମାଲଭିକା ଅବିନାଶ ମଧ୍ୟ ଫିଲ୍ମରେ ରାବଣଙ୍କ ଚିରିତ୍ରରେ ନଜର ଆସୁଥିବା ସୈଫଙ୍କ ଲୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ 'ବଲିଉଡ ଆମ ରାମାୟଣ ଇତିହାସକୁ ଭୁଲ ଭାବରେ ଉପସ୍ଥାପନ କରୁଛି । ଏହି ଫିଲ୍ମକୁ ବ୍ୟାନ୍ କରିବା ଉଚିତ୍ '। ଏପରି ଅନେକ ନେଗେଟିଭ୍ କମେଣ୍ଟ ଏବେ ସୋସିଆଲ ମିଡିଆରେ ଦେଖିବା ପାଇଁ ମୁଳୁଛି । ଟ୍ୱିଟରରେ 'ଆଦିପୁରୁଷ' ଟ୍ରେଣ୍ତ କରୁଛି । ଫିଲ୍ମରେ ବ୍ୟବହାର ହୋଇଥିବା VFXକୁ ଦେଖିବା ମାତ୍ରେ ଦର୍ଶକ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଆଦିପୁରୁଷ # ଡିସାପଏଣ୍ଟ, # କାର୍ଟୁନ୍ # ଭଳି ହ୍ୟାସ୍ ଟ୍ୟାଗ୍ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ରିପୋର୍ଟ ଅନୁସାରେ ଏହି ଫିଲ୍ମର ବଜେଟ୍ ୫୦୦ କୋଟି ଟଙ୍କା ବୋଲି କୁହାଯାଉଛି ।
ଫିଲ୍ମ ରିଲିଜ୍ ପୂର୍ବରୁ ଉପୁଜୁଥିବା ସମସ୍ୟାର ପ୍ରଭାବ ଏହି ବିଗ୍ ବଜେଟ୍ ଫିଲ୍ମ ଉପରେ କିଭଳି ପଡୁଛି ତାହା ତ ସମୟ ହିଁ କହିବ । 'ଆଦିପୁରୁଷ' 12 ଜାନୁୟାରୀ 2023ରେ IMAX ଏବଂ 3Dରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications