ରିଲିଜ୍ ହେଲା 'ଆଦିପୁରୁଷ'ର ପୋଷ୍ଟର, ପ୍ରଭୁ ରାମଙ୍କ ଚରିତ୍ରରେ ନଜର ଆସିଲେ ପ୍ରଭାସ !
ରିଲିଜ୍ ହେଲା 'ଆଦିପୁରୁଷ'ର ପୋଷ୍ଟର, ପ୍ରଭୁ ରାମଙ୍କ ଚରିତ୍ରରେ ନଜର ଆସିଲେ ପ୍ରଭାସ !
ମୁମ୍ବାଇ: ରିଲିଜ୍ ହେଲା 'ଆଦିପୁରୁଷ'ର ପୋଷ୍ଟର । ପ୍ରଭୁ ରାମଙ୍କ ଚରିତ୍ରରେ ନଜର ଆସିଲେ ପ୍ରଭାସ । ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ବାହୁବଲୀ ପରେ ପୁଣି ଥରେ ଏପରି ଏକ ମହାକାବ୍ୟ ଅବତାରରେ ଦେଖିବା ପାଇଁ ମିଳିବ । ଯେଉଁଥିପାଇଁ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସିନେପ୍ରେମୀ । 'ଆଦିପୁରୁଷ'ର ପ୍ରଥମ ଲୁକ୍ ପୋଷ୍ଟରକୁ ଅଭିନେତା ପ୍ରଭାସ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ସମାଲୋଚକଙ୍କଠୁ ଆରମ୍ଭ କରି ଦର୍ଶକ ପର୍ଯ୍ୟନ୍ତ ସମସ୍ତେ ପ୍ରଭାସଙ୍କର ଏହି ଲୁକର ପ୍ରଶଂସା କରୁଛନ୍ତି । ନିର୍ଦ୍ଦେଶକ ଓମ୍ ରାଉତ୍ଙ୍କ ଆଗାମୀ ଚଳଚ୍ଚିତ୍ର 'ଆଦିପୁରୁଷ'ରେ ପ୍ରଭାସ, ସୈଫ ଅଲ୍ଲୀ ଖାନ, କ୍ରିତି ସାନନ ଏବଂ ସନ୍ନି ସିଂଙ୍କୁ ଦେଖିବା ପାଇଁ ମିଳିବ । ଫିଲ୍ମର ଟିଜର ଅକ୍ଟୋବର ୨ ସନ୍ଧ୍ୟା ୭.୧୧ ରେ ରିଲିଜ୍ କରାଯିବ । ଏହି ଫିଲ୍ମ ୧୨ ଜାନୁୟାରୀ ୨୦୨୩ରେ ରିଲିଜ୍ ହେବାପାଇଁ ଯାଉଛି । ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ କରାଯିବ ।
ରିପୋର୍ଟ ଅନୁଯାୟୀ, ଆଦିପୁରୁଷ ଫିଲ୍ମର ବଜେଟ୍ ପ୍ରାୟ ୫୦୦ କୋଟି ଟଙ୍କା ଫିଲ୍ମରେ ପ୍ରଭାସ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ । ସେହିପରି ସୈଫ୍ ଅଲି ଖାନଙ୍କୁ ରାବଣର ଚରିତ୍ରରେ ଦେଖିବା ପାଇଁ ମିଳିବ । ତେବେ ଆକଳନା କରାଯାଉଛି ଯେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିପାରେ ।












Click it and Unblock the Notifications