ଇଣ୍ଟରନେଟରେ ଲିକ୍ ହେଲା ପୂରା ଫିଲ୍ମ, ଏହି ସବୁ ୱେବସାଇଟରେ ମିଳୁଛି 'ଆଦିପୁରୁଷ' ର ପାଇରେସି କପି
Adipurush Movie Leaked Online: ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ନ୍ 16 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ପ୍ରଭାସ ଏବଂ କ୍ରିତି ସାନନ୍ ଷ୍ଟାରର୍ ଫିଲ୍ମ 'ଆଦିପୁରୁଷ' । ସମାଲୋଚକ ଏବଂ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ସତ୍ତ୍ୱେ ଫିଲ୍ମ ପାଇଁ ଥିଏଟର ଭିତରେ ଓ ବାହାରେ ଭିଡ଼ ଜମାଉଛନ୍ତି ଲେକେ । କିନ୍ତୁ ଏହା ଭିତରେ ଫିଲ୍ମ ନିର୍ମାତାଙ୍କ ପାଇଁ ଏକ ନୂଆ ସମସ୍ୟା ଉପୁଜିଛି ।

ଫିଲ୍ମଟି ରିଲିଜ ହେବା ପରେ ହିଁ ଅନଲାଇନରେ ଲିକ୍ ହୋଇଯାଇଛି । ଯାହା ନିର୍ମାତାଙ୍କୁ ଏକ ବଡ଼ ଝଟକା ଦେଇଛି । ଇଣ୍ଟରନେଟରେ ବିଭିନ୍ନ ପାଇରେସି ସାଇଟ୍ ରେ 'ଆଦିପୁରୁଷ' ଫିଲ୍ମ ଉପଲବ୍ଧ ହେଉଛି । ଲେକମାନେ ଏହାକୁ ସହଜରେ ଡାଉନଲୋଡ଼ କରି ଦେଖି ପାରୁଛନ୍ତି । ଯାହା ଫଳରେ ଫିଲ୍ମ ହଲରେ ଦର୍ଶକଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏଥି ପାଇଁ ଫିଲ୍ମର ବ୍ୟବସାୟ ଉପରେ ବଡ଼ ପ୍ରଭାବ ପଡ଼ିପାରେ ବୋଲି ମେକର୍ସ ଚିନ୍ତା ପ୍ରକଟ କରିଛନ୍ତି ।
ଉଲ୍ଲେଖଥାଉ କି, ଆଦିପୁରୁଷ ଫିଲ୍ମରେ ପ୍ରଭାସ ଏବଂ କ୍ରିତି ସାନନ୍ ମୁଖ୍ୟ ଭୂମିକାରେ ଅଛନ୍ତି । ପ୍ରଭାସ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବା ବେଳେ କ୍ରିତି ସାନନ୍ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ସୈଫ ଅଲି ଖାନ ରାବଣ ଭୂମିକାରେ ଅଭିନୟ କରିଛନ୍ତି । ସୋସିଆଲ ମିଡିଆରେ ସୈଫଙ୍କ ଅଭିନୟକୁ ପ୍ରଶଂସକମାନେ ପ୍ରଶଂସା କରୁଛନ୍ତି ।












Click it and Unblock the Notifications