ଆଦିପୁରୁଷ:ଟ୍ରେଲରକୁ ପସନ୍ଦ, ଅଭିନେତାଙ୍କୁ ଟ୍ରୋଲ
ମୁମ୍ବାଇ: ଫିଲ୍ମ 'ଆଦିପୁରୁଷ'ର ଟ୍ରେଲରକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରୁଛନ୍ତି। ପ୍ରଭାସ ପ୍ରଭୁ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି, କ୍ରିତି ସାନନଙ୍କୁ ମାତା ସୀତାଙ୍କ ଭୂମିକାରେ ଏବଂ ସୈଫଙ୍କୁ ରାବଣ ଭୂମିକାରେ ଦେଖିବା ପାଇଁ ମିଳୁଛି । ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଏହାକୁ ଏକ ବ୍ଲକବଷ୍ଟର ଫିଲ୍ମ ବୋଲି କହିବା ଆରମ୍ଭ କଲେଣି ।

ସିନେମାର VFXରେ ଖୁବ ପରିବର୍ତ୍ତନା କରାଯାଇଛି । ସବୁ କିଛି ଏକଦମ୍ ପରଫେକ୍ଟ ରହିଛି ହେଲେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସୁପରଷ୍ଟାର ପ୍ରଭାସଙ୍କୁ ବର୍ତ୍ତମାନ ଟ୍ରୋଲ ହେବା ପାଇଁ ପଡୁଛି । ଚଳଚ୍ଚିତ୍ରର ଟ୍ରେଲର ରିଲିଜ୍ ହେବା ପରଠୁ ପ୍ରଶଂସକମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । ଜଣେ ୟୁଜର୍ସ ଲେଖିଛନ୍ତି, 'ସର୍ବୋତ୍ତମ ଟ୍ରେଲର, ସଂଳାପ ଉତ୍କୃଷ୍ଟ, ଜବରଦସ୍ତ VFX । ସେହିପରି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ସୁପରହିଟ୍ ଫିଲ୍ମ ।

ତେବେ ମୋଟା ମୋଟି କହିବା ପାଇଁ ଗଲେ ଫିଲ୍ମର ଟ୍ରେଲରକୁ ପ୍ରଶଂସକଙ୍କଠୁ ବେଶ୍ ଭଲ ପାଇବା ମିଳୁଛି । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫିଲ୍ମର ମୁଖ୍ୟ ଅଭିନେତା ପ୍ରଭାସଙ୍କୁ କ୍ରମାଗତ ଭାବରେ ଟ୍ରୋଲ କରାଯାଉଛି । ପ୍ରଭାସଙ୍କ ଅଭିନୟକୁ କିଛି ଖାସ ପସନ୍ଦ କରୁ ନାହାଁନ୍ତି ଫ୍ୟାନ୍ସ । ଏହି ଚଳଚ୍ଚିତ୍ରଟି 16 ଜୁନ୍ ରେ ପ୍ରେକ୍ଷାଳୟକୁ ମୁକ୍ତିଲାଭ କରିବ । ତେବେ ଦେଖିବା ବାକି ରହିଲା ଏହି ଫିଲ୍ମ ଦେଖିବା ପରେ ପ୍ରଭାସଙ୍କ ଦର୍ଶକଙ୍କ ମନ ଜିଣିପାରୁଛନ୍ତି ନା ନାହିଁ ।












Click it and Unblock the Notifications