ବିବାଦରେ 'ଆଦିପୁରୁଷ': ବଦଳିବ ସିନେମାର ଡାଏଲଗ, ସମାଲୋଚନା କରୁଛନ୍ତି ଦର୍ଶକ
ମୁମ୍ବାଇ: ଓମ୍ ରାଉତଙ୍କ ଫିଲ୍ମ 'ଆଦିପୁରୁଷ' ବର୍ତ୍ତମାନ ଲାଇମଲାଇଟ୍ ରହିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ପ୍ରଶଂସକ ସମାଲୋଚନା କରୁଛନ୍ତି । ଯେଉଁଥି ପାଇଁ ବର୍ତ୍ତମାନ ନିର୍ମାତାମାନଙ୍କୁ ଏକ ବଡ ନିଷ୍ପତ୍ତି ନେବାକୁ ପଡିବ । ଫିଲ୍ମର ସଂଳାପ ଲେଖକ ମନୋଜ ମୁଣ୍ଟାଶୀର ଟ୍ୱିଟ୍ କରି ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଫିଲ୍ମର ସଂଳାପ ପରିବର୍ତ୍ତନ କରାଯିବ ।
ବର୍ତ୍ତମାନ ଆଦିପୁରୁଷର ଡାଇଲଗକୁ ନେଇ ବିଭିନ୍ନ ମାହୋଲରେ ଚର୍ଚ୍ଚା ଲାଗି ରହିଛି । ଅନେକ ଏହାକୁ ଭୁଲ୍ ବୋଲି କହୁଥିବା ବେଳେ କିଛି ମେକର୍ସଙ୍କର ନିନ୍ଦା କରୁଛନ୍ତି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଲୋକଙ୍କର ଭିନ୍ନ ଭିନ୍ନ ମତ ଦେଖିବା ପାଇଁ ମିଳୁଛି । ଏଥି ସହିତ କିଛି ଲୋକ ଫିଲ୍ମରେ ହନୁମାନଙ୍କ ସଂଳାପକୁ ଆପତ୍ତିଜନକ ବୋଲି କହୁଛନ୍ତି । ଫିଲ୍ମକୁ ବର୍ତ୍ତମାନ ଟ୍ରୋଲର ଶିକରା ହେବା ପାଇଁ ପଡୁଛି । ଯାହାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଏହି ବଡ ନିଷ୍ପତ୍ତି ନେଇଛନ୍ତି ।

ସେ ଟ୍ୱିଟ୍ କରି ଲେଖିଛନ୍ତି, ମୋ ପାଇଁ ଆପଣଙ୍କର ଭାବନାଠାରୁ ଅଧିକ ଖାସ କିଛି ନୁହେଁ । ମୁଁ ମୋର ସଂଳାପ ସପକ୍ଷରେ ଅଗଣିତ ଯୁକ୍ତି ଦେଇପାରେ, କିନ୍ତୁ ଏହା ସମସ୍ତଙ୍କୁ ଯନ୍ତ୍ରଣା ଦେବ । ସେଥିପାଇଁ ଦର୍ଶକଙ୍କ ପସନ୍ଦକୁ ନଜରରେ ରଖି ମୁଁ ଏବଂ ଚଳଚ୍ଚିତ୍ରର ନିର୍ମାତା-ନିର୍ଦ୍ଦେଶକ ନିଷ୍ପତ୍ତି ନେଇଛୁ ଯେ ଫିଲ୍ମର କିଛି ସଂଳାପକୁ ଆମେ ପରିବର୍ତ୍ତନ କରିବୁ, ଏକ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଛନ୍ତି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications