'ଆଦିପୁରୁଷ'କୁ ନେଇ ନୂଆ ବିବାଦ, ନିଷିଦ୍ଧାଦେଶ ଦାବି କଲେ ରାମ ମନ୍ଦିର ପୁରୋହିତ
'ଆଦିପୁରୁଷ'କୁ ନେଇ ନୂଆ ବିବାଦ, ନିଷିଦ୍ଧାଦେଶ ଦାବି କଲେ ରାମ ମନ୍ଦିର ପୁରୋହିତ
ମୁମ୍ବାଇ: ଓମ ରାଉତଙ୍କ ନିର୍ଦ୍ଦେଶିତ ଅପକମିଂ ଫିଲ୍ମ 'ଆଦିପୁରୁଷ'କୁ ନେଇ ପ୍ରତିଦିନ ବିବାଦ ବଢିବାରେ ଲାଗିଛି । ଟିଜର ରିଲିଜ ହେବା ପରଠାରୁ କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛି ଏହି ଫିଲ୍ମ । ଫିଲ୍ମରେ ସୈଫ ଅଲ୍ଲି ଖାନଙ୍କ ଲୁକକୁ ବିରୋଧ ଓ ସମାଲୋଚନା କରାଯାଉଛି । ବିବାଦ ବଢିବା ସହ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଓମ ରାଉତଙ୍କୁ ଚେତାବନୀ ଦିଆଯାଉଛି ।

ଏହାରି ମଧ୍ୟରେ ଫିଲ୍ମ ସହ ଜଡିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଫିଲ୍ମକୁ ନେଇ ଲାଗି ରହିଥିବା ବିବାଦକୁ ନେଇ ଏବେ ମୁହଁ ଖୋଲିଛନ୍ତି ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୁରୋହିତ । ସେ ଏହି ଫିଲ୍ମ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ବାସ୍ତବରେ, ରାମ ମନ୍ଦିରର ମୁଖ୍ୟ ପୁରୋହିତ Acharya Satyendra Das ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି କହିଛନ୍ତି ଯେ 'ଭଗବାନ ରାମ, ହନୁମାନ ଏବଂ ରାବଣଙ୍କ ଚିତ୍ର ଏହି ଫିଲ୍ମର ଚରିତ୍ର ସହିତ ମେଳ ଖାଉ ନାହିଁ । ଯାହା ଧାର୍ମିକ ମନୋଭାବନାକୁ ଆଘାତ ଦେଉଛି । ସେ ଏହା ମଧ୍ୟ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାଣ ଅପରାଧ ନୁହେଁ, କିନ୍ତୁ ତାକୁ ଲାଇମଲାଇଟକୁ ଆଣିବା ପାଇଁ ଜାଣିଶୁଣି ବିବାଦ ସୃଷ୍ଟି କରିବା ଉଚିତ ନୁହେଁ । ଯଦି ସନାତନ ଧର୍ମର କୈଣସି ଚରିତ୍ରକୁ ଅନୁଚିତ ଢଙ୍ଗରେ ଚିତ୍ରଣ କରାଯାଏ ତେବେ ସନ୍ଥ ସମାଜ ଏହାକୁ ବିରୋଧ କରିବ କାରଣ ଭଗବାନ ରାମଙ୍କ ଚରିତ୍ର ଏକ ଆଦର୍ଶ ଅଟେ । ରାମାୟଣକୁ ଆଧାର କରି କିଏ ଏହି ସିନେମା ନିର୍ମାଣ କରୁଛନ୍ତି ଜାଣିନାହିଁ । ଏହା ସଂପୂର୍ଣ୍ଣ ରୂପେ ସନାତନ ଧର୍ମ ବିରୁଦ୍ଧରେ, ତେଣୁ ଏହାକୁ ନିଷେଧ କରାଯିବା ଉଚିତ୍ ।
ସୂଚାନାଥାଉ ଯେ, ସୈଫଙ୍କ ରାବାଣ ଚରିତ୍ରକୁ ନେଇ ମଧ୍ୟ ବିବାଦ ଦେଖିବା ପାଇଁ ମିଳିଥିଲା । ଅଖିଳ ଭାରତ ହିନ୍ଦୁ ମହାସଭାର ଜାତୀୟ ସଭାପତି ସ୍ୱାମୀ ଚକ୍ରପାଣି ମହାରାଜ ସୈଫଙ୍କ ଲୁକକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ 'ହିନ୍ଦୁ ଧର୍ମର ପୌରାଣିକ ଚରିତ୍ର ଗୁଡ଼ିକ ସହିତ ଟାମ୍ପରିଂକୁ ବରଦାସ୍ତ କରାଯିବ ନାହିଁ' । ଏହାସହ ଇସଲାମୀୟ ଆତଙ୍କବାଦୀ ଖିଲଜୀ କିମ୍ବା ଔରଙ୍ଗଜେବଙ୍କ ଭଳି ତାଙ୍କ ମଥାରେ ତିଲକ କାହିଁକି ନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ଲଙ୍କାପତୀ ରାବଣ, ପ୍ରଭୁ ଶିବଙ୍କର ଜଣେ ବଡ଼ ଭକ୍ତ । ଆମ ପୁରାଣ ଚରିତ୍ର ଗୁଡ଼ିକ ସହିତ ଏପରି ଢଙ୍ଗରେ ଖେଳିବା ଅନୁଚିତ୍ ।
ସେପଟେ କିଛି ସିନେପ୍ରେମୀ ଫିଲ୍ମର ପ୍ରଥମ ଲୁକକୁ ପ୍ରଶଂସା କରୁଥିବାବେଳେ ଅନେକେ ଫିଲ୍ମ ନିର୍ମାତାଙ୍କୁ ଟ୍ରୋଲ କରୁଥିବାର ଦେଖିବା ପାଇଁ ମିଳୁଛି । ଖାସ କରି ଫିଲ୍ମର ଭିଏଫଏକ୍ସ (ଭିଜୁଆଲ୍ ଇଫେକ୍ଟସ୍) କୁ ନେଇ ନିରାଶ ହୋଇଛନ୍ତି ଦର୍ଶକ । ବିଗ୍ ବଜେଟ୍ ଫିଲ୍ମକୁ ଏକ କାର୍ଟୁନ ଫିଲ୍ମ ସହ ତୁଳନା ମଧ୍ୟ କରାଯାଉଛି । ଫିଲ୍ମ 'ଆଦିପୁରୁଷ' 12 ଜାନୁୟାରୀ 2023ରେ IMAX ଏବଂ 3Dରେ ସିନେମା ହଲରେ ରିଲିଜ୍ କରାଯିବ












Click it and Unblock the Notifications