ବିବାଦ ସତ୍ୱେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘ଆଦିପୁରୁଷ’
Adipurush Box Office Collection Day 1: ଦୀର୍ଘ ସମୟ ଅପେକ୍ଷା ପରେ ପ୍ରଭାସ ଏବଂ କ୍ରିତି ସାନନ୍ ଷ୍ଟାରର୍ ଫିଲ୍ମ 'ଆଦିପୁରୁଷ' ଜୁନ୍ 16 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସମାଲୋଚକ ଏବଂ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ସତ୍ତ୍ୱେ ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଫିଲ୍ମର ହିନ୍ଦୀ ସଂସ୍କରଣ ପ୍ରଥମ ଦିନରେ ପ୍ରାୟ 38 କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ବାକି ଭାଷାଗୁଡ଼ିକ ପ୍ରାୟ 90 କୋଟି ଟଙ୍କା ସଂଗ୍ରହ କରିଛି । କରୋନା ମହାମାରୀ ପରେ ପ୍ରଭାସଙ୍କ 'ଆଦିପୁରୁଷ' ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' ଏବଂ ଦକ୍ଷିଣର ବ୍ଲକବଷ୍ଟର ଚଳଚ୍ଚିତ୍ର 'କେଜିଏଫ୍ ୨' ପରେ ତୃତୀୟ ବୃହତ୍ତମ ଓପନିଂ ଡ଼େ କଲେକ୍ସନ କରିପାରିଛି । ରିପୋର୍ଟ ଅନୁଯାୟୀ, 'ଆଦିପୁରୁଷ' ଭାରତରେ ଉଦଘାଟନୀ ଦିବସରେ ପ୍ରାୟ 110 କୋଟି ଟଙ୍କା ରୋଜଗାର କରିଛି । ଏହାର ଅନ୍ତିମ ବିଦେଶୀ ସଂଖ୍ୟା ଏପର୍ଯ୍ୟନ୍ତ ଆସିନଥିବା ବେଳେ ପ୍ରଥମ ଦିନରେ ଫିଲ୍ମଟି ପ୍ରାୟ 150 କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି ।
ପ୍ରଭାସ ରାଘବ, କ୍ରିତି ସାନନ୍ ଜାନକୀ ଏବଂ ସୈଫ ଅଲ୍ଲୀ ଖାନ 'ଆଦିପୁରୁଷ' ଚଳଚ୍ଚିତ୍ରରେ ରାବଣ ଭାବରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଓମ୍ ରାଉତ, ଯାହାଙ୍କ ଶେଷ ବ୍ଲକବଷ୍ଟର ଚଳଚ୍ଚିତ୍ର 'ତାନହାଜୀ: ଦି ଅନସଙ୍ଗ ୱାରିଅର୍' ଜାତୀୟ ପୁରସ୍କାର ଗ୍ରହଣ କରିଥିଲା ।
ଆପଣଙ୍କୁ କହିରଖୁଛୁ ଯେ 'ଆଦିପୁରୁଷ' ଚଳଚ୍ଚିତ୍ରର ହିନ୍ଦୀ ସଂସ୍କରଣ ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ଚଳଚ୍ଚିତ୍ର 'ପଠାନ'ଠାରୁ କୋଟିଏ ପାଦ ପଛରେ ରହିଛି । କାରଣ ପ୍ରଥମ ଦିନରେ 'ପଠାନ' 57 କୋଟି ରୋଜଗାର କରିଥିଲା । ଅନ୍ୟପକ୍ଷରେ, ଦକ୍ଷିଣର ସୁରଷ୍ଟାର ୟଶଙ୍କ 'କେଜିଏଫ୍ 2' (ହିନ୍ଦୀ ସଂସ୍କରଣ) ଭାରତର ଉଦଘାଟନୀ ଦିବସରେ 54 କୋଟି ଟଙ୍କା ବ୍ୟବସାୟ କରିଥିଲା । ତେବେ ଭାରତରେ ଉଦଘାଟନୀ ଦିବସରେ 36 କୋଟି ଟଙ୍କା ସଂଗ୍ରହ କରିଥିବା ରଣବୀର କପୁରଙ୍କ 'ବ୍ରହ୍ମାସ୍ତ୍ର'କୁ ଆଦିପୁରୁଷ ପଛରେ ଛାଡିଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications