ନେପାଳରେ ବ୍ୟାନ୍ ହେଲା 'ଆଦିପୁରୁଷ'! 'ସୀତା ଭାରତର ଝିଅ' ଡାଇଲଗକୁ ନେଇ ସୃଷ୍ଟି ହେଲା ବିବାଦ...
ନେପାଳ:ନେପାଳରେ 'ଆଦିପୁରୁଷ'କୁ ନେଇ ସୃଷ୍ଟି ହେଲା ବିବାଦ । ବଦଳଗଲା ଫିଲ୍ମର ଡାଇଲଗ୍ । ନିକଟରେ ନେପାଳରେ ଆଦିପୁରୁଷକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ନିର୍ମାତାମାନେ ସୀତାଙ୍କ ସହ ଜଡିତ ଏକ ସଂଳାପକୁ ଫିଲ୍ମରୁ ହଟାଇ ଦେଇଛନ୍ତି।
ସୂଚନା ଅନୁସାରେ, କାଠମାଣ୍ଡୁ ମେୟର ବାଲେନ ଶାହା ଗୁରୁବାର ଦିନ ଘୋଷଣା କରିଥିଲେ ଯେ, ଆଦିପୁରୁଷରେ ସୀତାଙ୍କ ଜନ୍ମସ୍ଥାନକୁ ନେଇ ହୋଇଥିବା ଭୁଲକୁ ସଂଶୋଧନ କରା ନ ଗଲେ ଫିଲ୍ମଟି ଦେଶରେ ଅର୍ଥାତ୍ ନେପାଳରେ ରିଲିଜ ହେବ ନାହିଁ ।

ସେ ନେପାଳୀରେ ଫେସବୁକରେ ଲେଖିଥିଲେ ଯେ, ଯେ ଯେପର୍ଯ୍ୟନ୍ତ ଭାରତୀୟ ଚଳଚ୍ଚିତ୍ର 'ଆଦିପୁରୁଷ'ରେ ଜାନକୀ ଭାରତ କି ବେଟି ହୈ... ସଂଳାପଟି ଏହି ଫିଲ୍ମରେ ରହିବ, କାଠମାଣ୍ଡୁ ମହାନଗରରେ କୌଣସି ପ୍ରେକ୍ଷାଳୟରେ ଏହି ଫିଲ୍ମଟି ରିଲିଜ୍ ହେବ ନାହିଁ । ଏହାର ସମାଧାନ ପାଇଁ ମେକର୍ସଙ୍କୁ ତିନି ଦିନର ସମୟ ଦିଆଯାଇଛି । ଅନ୍ୟପଟେ ନେପାଳ ସେନ୍ସର ବୋର୍ଡ ଆଦିପୁରୁଷକୁ ଦିଆଯାଇଥିବା ରିଲିଜର ଅନୁମତିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ।
ସୂଚନାଥାଉ ଯେ, ଫିଲ୍ମର ଟ୍ରେଲରରେ ସୀତିଙ୍କୁ ଭାରତର ଝିଅ ବୋଲି ବର୍ଣ୍ଣନା କରାଯାଇଛି ହେଲେ ରାମାୟଣ ଅନୁସାରେ ସୀତା ନେପାଳର ଜନକପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ପ୍ରଭୁ ରାମଙ୍କୁ ବିବାହ କରିଥିଲେ। ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଫିଲ୍ମ ଆଦିପୁରୁଷରୁ ଏହି ଡାଇଲଗ୍ ହଟାଇବା ପରେ ନେପାଳ ସେନ୍ସର ବୋର୍ଡ ଏହି ଫିଲ୍ମକୁ ରିଲିଜ୍ କରିବାର ଅନୁମତି ଦେଇଛି । ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ପ୍ରଭୁ ରାମ, କ୍ରିତି ସନନଙ୍କୁ ସୀତା ଏବଂ ସନ୍ନି ସିଂଙ୍କୁ ଲକ୍ଷ୍ମଣ ଭୂମିକାରେ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications