Get Updates
Get notified of breaking news, exclusive insights, and must-see stories!

ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା

ଦୁଇ ଦିନ ତଳେ ଅନୁଭବ-ବର୍ଷାଙ୍କର ଯୁକ୍ତିତର୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ ବର୍ଷାଙ୍କ ମାନହାନି ହେବା ପରି କମେଣ୍ଟ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବର୍ଷା ।

କଟକ : କଟକର ପୁରୀଘାଟ ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପୁଣି ଏତଲା ଦେଇଛନ୍ତି । ଦୁଇ ଦିନ ତଳେ ଅନୁଭବ-ବର୍ଷାଙ୍କର ଯୁକ୍ତିତର୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ ବର୍ଷାଙ୍କ ମାନହାନି ହେବା ପରି କମେଣ୍ଟ ଦିଆଯାଇଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ପୁଲିସ ଏହି ଏତଲାକୁ ଗ୍ରହଣ କରି ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ପୁରୀଘାଟ ଥାନା ଅଧିକାରୀ ରଶ୍ମି ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି ସୋଶାଲ ମିଡିଆରେ ମଧ୍ୟ କିଛି ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରୁଛନ୍ତି । ଯାହା ଫଳରେ ତାଙ୍କର ସମ୍ମାନ ହାନି ହେଉଥିବା ଅଭିଯୋଗ କରିଛନ୍ତି ବର୍ଷା ।

ବର୍ଷା ପ୍ରିୟଦର୍ଶିନୀ
ଏଠାରେ କହି ରଖୁଛୁ କି, ଅଭିନେତା ଦମ୍ପତି ଅନୁଭବ ଓ ବର୍ଷାଙ୍କ ଯେଉଁ ଯୁକ୍ତିତର୍କର ଭିଡିଓ ଭାଇରାଲ୍ ହୋଇଥିଲା ତାହା କଟକସ୍ଥିତ ଘରେ ସୁଟ୍ ହୋଇଥିବା କୁହାଯାଉଥିଲା । ଉଭୟେ ପରଷ୍ପରର କଥାକୁ ଆକ୍ଷେପ କରୁଥିବା ଏହି ଭିଡିଓରେ ଦେଖା ଯାଇଥିଲା ।
ଅପରପକ୍ଷରେ ଗତ ଶୁକ୍ରବାର ଏସଡିଜେଏମ୍ କୋର୍ଟରେ ଅନୁଭବ ମହାନ୍ତି ତାଙ୍କ ଉତ୍ତର ରଖିଛନ୍ତି । ଅନୁଭବ ତାଙ୍କ ଆଇନଜୀବିଙ୍କ ସହିତ କୋର୍ଟରେ ପହଞ୍ଚି ନୋଟିସର ଏକ 15 ପୃଷ୍ଟା ବିଶିଷ୍ଟ ଲିଖିତ ଉତ୍ତର ଦାଖଲ କରିଛନ୍ତି । ଯଦି ତାଙ୍କର କିଛି ଭୁଲ ବା ଅପରାଧ ହୋଇଛି ବୋଲି କୋର୍ଟ ଅନୁଭବ କରୁଛନ୍ତି, ତେବେ ମୋତେ ଦଣ୍ଡ ଦିଅନ୍ତୁ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ସେ ତାଙ୍କ ଉତ୍ତରରେ ଅନୁରୋଧ କରିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+