ଜାଣନ୍ତୁ ସୁସ୍ମିତାଙ୍କ ନେଟୱର୍ଥ, ଅନେକ ଦାମି ଗାଡ଼ିର ମଧ୍ୟ ମାଲିକାଣି

ଜାଣନ୍ତୁ ସୁସ୍ମିତାଙ୍କ ନେଟୱର୍ଥ, ଅନେକ ଦାମି ଗାଡ଼ିର ମଧ୍ୟ ମାଲିକାଣି

ମୁମ୍ବାଇ: କିଛି ଦିନ ପୂର୍ବରୁ ଲଲିତ ମୋଦୀଙ୍କ ସହ ନିଜ ସମ୍ପର୍କ ପାଇଁ ଲାଇମଲାଇଟରେ ରହିଥିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ସୁସ୍ମିତା ସେନ୍ । ନିଜ କ୍ୟାରିୟରରେ ଅନେକ୍ ସୁପରହିଟ୍ ସନେମାରେ କାମ କରିଥିବା ସୁସ୍ମିତା ସେନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଧନୀ ଅଭିନେତ୍ରୀ ଭାବେ ବିବେଚନା କରାଯାଏ । ଆସନ୍ତୁ ଜାଣିବା ସୁସ୍ମିତା ସେନଙ୍କ ମୋଟ୍ ନେଟୱର୍ଥ କେତେ ।

Sushmita Sen

ସୁସ୍ମିତା ସେନ୍ ଚଳଚ୍ଚିତ୍ର ମାଧ୍ୟମରେ ବେଶ୍ ଅଧିକ ଟଙ୍କା ରୋଜଗାର କରନ୍ତି । ଚଳଚ୍ଚିତ୍ର ବ୍ୟତିତ ସେ ଅନେକ ବଡ଼ ବ୍ରାଣ୍ଡର ବିଜ୍ଞାପନରେ କାମ କରି ମଧ୍ୟ ବେଶ୍ ମୋଟା ଅଙ୍କର ଆୟ କରନ୍ତି । Celebritys worthର ରିପୋର୍ଟ ଅନୁସାରେ, ଏହି ଭେଟେରାନ୍ ଅଭିନେତ୍ରୀଙ୍କ ମୋଟ୍ ନେଟୱର୍ଥ ପ୍ରାୟ ୮୦ କୋଟି ବୋଲି ସୂଚନା ରହିଛି । ସୁସ୍ମିତା ସେନଙ୍କର ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଘର ରହିଛି । ସୁସ୍ମିତା ତାଙ୍କ ବିଳାସପୂର୍ଣ୍ଣ ଘରେ ଆବଶ୍ୟକ ସମସ୍ତ ଜିନିଷକୁ ଅନ୍ତର୍ଭୁକ୍ତ କରିଛନ୍ତି ଯେପରିକି ଦାମି ଝୁମର୍, ବଡ଼ ଗାର୍ଡେନ୍, ସାନଦାର ଇନଟିରିୟର ଡିଜାଇନ ଅଭିନେତ୍ରୀଙ୍କର ଏହି ଘରର ମୂଲ୍ୟ ଖୁବ୍ ଅଧିକ ।

ଏହା ବ୍ୟତୀତ ଅଭିନେତ୍ରୀଙ୍କ ପାଖରେ ଅଛି ଲକ୍ଷ ଲକ୍ଷ ଟଙ୍କାର ଏକାଧିକ ଦାମି କାର । କାରଣ ଗାଡ଼ିକୁ ବେଶ୍ ଭଲ ପାଆନ୍ତି ସୁସ୍ମିତା ସେନ୍ । ରିପୋର୍ଟ ଅନୁସାରେ ତାଙ୍କ ପାଖରେ ବିଏମଡବ୍ଲୁ 7 ସିରିଜ୍ 730LD ଅଛି ଯାହାର ମୂଲ୍ୟ 1.38 କୋଟି ଟଙ୍କା, BMW X6- ଯାହାର ମୂଲ୍ୟ 96.03 ଲକ୍ଷ, 75 ଲକ୍ଷ ମୂଲ୍ୟର ଅଡି Q7 ଏବଂ ଲେକ୍ସସ୍ LX 470 ମୂଲ୍ୟ 35 ଲକ୍ଷ ଟଙ୍କା ରହିଛି ।

ବୁଲିବା ପାଇଁ ପସନ୍ଦ କରନ୍ତି ଅଭିନେତ୍ରୀ
ଏହା ସହିତ ଏହି ବଲିଉଡ ଅଭିନେତ୍ରୀ ବୁଲିବା ପାଇଁ ମଧ୍ୟ ପସନ୍ଦ କରନ୍ତି । ସେ ଇଟାଲୀ, ଇଣ୍ଡୋନେସିଆ, ଦୁବାଇ ଏବଂ ମାଳଦ୍ୱୀପ ପରି ସ୍ଥାନକୁ ଛୁଟି ବାତାଇବା ପାଇଁ ଯାଆନ୍ତି । ସୁସ୍ମିତା ସେନ୍ ପ୍ରଶଂସକଙ୍କ ସହ ଇନଷ୍ଟାଗ୍ରାମରେ ନିଜ ଭ୍ୟାକେସନର ଅନେକ ଫଟୋ ସେୟାର କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+