ପୁଣି ବିବାହ କଲେ ଅଭିନେତ୍ରୀ ସନ୍ନି ଲିଓନି
Actress Sunny Leone: ଭାରତରେ ସନ୍ନି ଲିଓନିଙ୍କର ପ୍ରଶଂସକଙ୍କ ସଂଖ୍ୟା ଖୁବ୍ ଅଧିକ । ଅଭିନେତ୍ରୀ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତ । ସନ୍ନି ପ୍ରାୟତଃ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ଫଟୋ ସେୟାର କରିଥାନ୍ତି । 2011 ମସିହାରେ ସନ୍ନି ଡାନିଏଲଙ୍କୁ ବିବାହ କରିଥିଲେ । କିନ୍ତୁ ନିକଟରେ ସନ୍ନି ପୁଣି ବିବାହ କରିଛନ୍ତି। ସନ୍ନିଙ୍କ ବିବାହ ଖବର ଶୁଣିବା ପରେ ପ୍ରଶଂସକମାନେ ମଧ୍ୟ ଟିକେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ।

ସନ୍ନି ଲିଓନଙ୍କର ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଦୀପାବଳି ଛୁଟିଦିନରେ ସନ୍ନି ଲିଓନି ଏକ ନିଷ୍ପତ୍ତି ନେଇଥିଲେ, ଯାହା ପ୍ରଶଂସକଙ୍କୁ ଉଭୟ ଆଶ୍ଚର୍ଯ୍ୟ କରିଥିଲା ।
ଦୀପାବଳି ଛୁଟିରେ ସନ୍ନି ଡାନିଏଲଙ୍କ ସହ ପୁଣି ବିବାହ କରିଛନ୍ତି । ଯେଉଁଥିରେ ଉଭୟ ଧଳା ଡ୍ରେସ୍ ପିନ୍ଧିଥିବାର ନଜର ଆସୁଛନ୍ତି । ଖାସ କଥା ହେଲା ଉଭୟଙ୍କ ସହ ତିନି ଛୁଆ ମଧ୍ୟ ନଜର ଆସୁଛନ୍ତି । ଖବର ଅନୁଯାୟୀ ଅକ୍ଟୋବର 31 ରେ ସନ୍ନି ଏବଂ ଡାନିଏଲ ପାରମ୍ପାରିକ ଭାବେ ବିବାହ କରିଥିଲେ । ହେଲେ ସନ୍ନି ଏହି କାର୍ଯ୍ୟର କୌଣସି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିନାହାଁନ୍ତି ।
ସନ୍ନି ଲିଓନି 9 ଏପ୍ରିଲ 2011 ରେ ଡାନିଏଲ ୱେବରଙ୍କୁ ବିବାହ କରିଥିଲେ। ଶିଖ ରୀତିନୀତି ଅନୁଯାୟୀ ସେମାନେ ପାରମ୍ପାରିକ ରିତିନିତିରେ ବିବାହ କରିଥିଲେ । ଅନେକ ଲୋକ ଏହା ଜାଣନ୍ତି ନାହିଁ ଯେ ସନ୍ନି ଲିଓନଙ୍କ ପ୍ରକୃତ ନାମ ହେଉଛି କରଞ୍ଜିତ କୌର ।












Click it and Unblock the Notifications