ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ ବିବାଦରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ
ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନ୍ଦିର ଭିତରେ ଫଟୋ ଉଠାଇବା ସହ ରାଜୁ ନନାଙ୍କ ସହ ଭିଡିଓ ମଧ୍ୟ କରିଛନ୍ତି ।
ପୂର୍ବରୁ ଓଲିଉଡ ଅଭିନେତା ଚନ୍ଦନ କରଙ୍କ ସହ ମନ୍ଦିର ଭିତରେ ଫଟୋ ଉଠାଇ ଚର୍ଚ୍ଚାକୁ ଆସିଥିଲେ ରାଜୁ ନନା । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସାଧାରଣ ଲୋକଟିଏ ମନ୍ଦିର ଅସିଲେ ମୋବାଇଲ ମନା ଥିବା ବେଳେ ଅଭିନେତା ଅଭିନେତ୍ରୀଙ୍କ ପାଇଁ ଅଲଗା ପ୍ରଶ୍ନ କି ବୋଲି ପ୍ରଶ୍ନ ଉଠିଛି ।
ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ ବିବାଦରେ ଫସିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ତେବେ ସେ ମନ୍ଦିର ଭିତରେ ଫଟୋ ଉଠାଇବା ସହ ଭିଡିଓ କରି ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ଜଣାପଡ଼ିଛି।

ମନ୍ଦିର ଭିତରେ କିଏ ତାଙ୍କୁ ଫଟୋ ଉଠାଇବାକୁ ଅନୁମତି ଦେଲେ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏପରି କି ଶିଳ୍ପାଙ୍କ ସାଙ୍ଗରେ ଥିବା ସେବାୟତ ଜଣକ ମନ୍ଦିର ଭିତରେ ଫଟୋ ଉଠାଇବା ଏବଂ ଭିଡିଓ ଉତ୍ତୋଳନ ନିଷିଦ୍ଧ ବୋଲି ଜାଣିପାରିଲେନି କି ବୋଲି ଆଲୋଚନା ହେଉଛି। ସାଧାରଣ ଲୋକଙ୍କ ପାଇଁ ଗୋଟେ ନିୟମ ରହିଥିବାବେଳେ ଭିଭିଆଇପିଙ୍କ ପାଇଁ ଅଲଗା ନିୟମ କରାଯାଉଥିବାରୁ ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଫଟୋ ଏବଂ ଭିଡିଓ ଉତ୍ତୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।
ତେବେ ମନ୍ଦିରରେ ଫଟୋ ଉଠାଇବାକୁ କିଏ ଦେଲା ଅନୁମତି ? ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ଭିଡିଓର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ହେବ ।












Click it and Unblock the Notifications