୩ ବର୍ଷ ପରେ ଦୁଃଖ ବଖାଣିଲେ ରିୟା ଚକ୍ରବର୍ତ୍ତୀ, କଷ୍ଟ ଥିଲା ସେହି ସମୟ, ଜେଲରେ କରିଥିଲେ ନାଗିନ୍ ଡ୍ୟାନ୍ସ
Rhea Chakraborty Talks About Her Life After SSR's Tragic Death: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜେଲ୍ ଯିବା ପାଇଁ ପଡିଥିଲା । ଦୀର୍ଘ ଦିନ ପରେ ନିଜ ଅତିତ ବିଷୟରେ ଖୁଲମଖୁଲା ଆଲୋଚନା କରିଛନ୍ତି ଅଭିନେତ୍ରୀ, ଯାହାକୁ ନେଇ ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି ରିୟା । 2020 ତାଙ୍କ ପାଇଁ ଅତ୍ୟନ୍ତ ଖରାପ ସମୟ ଥିଲା । ଅଭିନେତ୍ରୀ ଏହି 3 ବର୍ଷର ଅନୁଭୂତି ବର୍ତ୍ତମାନ ସେୟାର କରିଛନ୍ତି ।
ସେ ସୁଶାନ୍ତଙ୍କ ବିଷୟରେ ମଧ୍ୟ କହିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କୁ କିପରି ଲୋକମାନଙ୍କର ଘୃଣାକୁ ସାମ୍ନା କରିବାକୁ ପଡିଥିଲା ସେ ବିଷୟରେ କହିଥିଲେ। ରିୟା ଜେଲ ଭିତରେ ଥିବା ଦୁନିଆ ବିଷୟରେ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

'ଇଣ୍ଡିଆ ଟୁଡେ କନକ୍ଲେଭ 2023' ସମୟରେ ରିୟା କହିଥିଲେ ଯେ, ସେ ବର୍ତ୍ତମାନ ଡ୍ରଗ୍ସ ଏବଂ ଆତ୍ମହତ୍ୟା ବିଷୟରେ କଥାବାର୍ତ୍ତା କରି ଥକି ଯାଇଛନ୍ତି । ସେ କହିଛନ୍ତି ଯେ ଯାହା ଘଟିବ, ବର୍ତ୍ତମାନ ସବୁକିଛି ଏଜେନ୍ସି ଦ୍ୱାରା ସ୍ଥିର ହେବ। ମୋର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ଯେତେବେଳେ ଉପଯୁକ୍ତ ସମୟ ଆସିବ, ସେ ତାଙ୍କ ରାୟ ଦେବେ।
ଜେଲ ଭିତରେ ରିୟାଙ୍କ ସହିତ କ'ଣ ଘଟିଥିଲା ?
ବାର୍ତ୍ତାଳାପ ସମୟରେ ରିୟା ଜେଲରେ ବିତାଇଥିବା ସମୟକୁ ମନେ ପକାଇଥିଲେ । ସେ କହିଥିଲେ, 'ଏହା ଅତ୍ୟନ୍ତ କଷ୍ଟଦାୟକ ସମୟ ଥିଲା। ଜେଲରେ ରହିବା ସହଜ ନୁହେଁ । ଜେଲର ଦୁନିଆ ବହୁତ ଭିନ୍ନ, ସେଠାରେ ତୁମର ପରିଚୟ ତୁମଠାରୁ ଛଡାଇ ନିଆଯାଇଥାଏ । କେବଳ ଗୋଟିଏ ନମ୍ବର ତୁମକୁ ଦିଆଯାଏ । ଲାଗେ ଯେପରି ସବୁକିଛି ସରିଯାଇଛି । ତୁମେ ଦିନକୁ ଦିନ ତଳେ ତଳକୁ ଖସିବା ଆରମ୍ଭ କର ।
ରିୟା ଆହୁରି ମଧ୍ୟ କହିଛନ୍ତି, 'କିନ୍ତୁ ସେଠି ଅର୍ଥାତ୍ ଜେଲରେ ମଧ୍ୟ ଲୋକେ ଖୁସ ଅଛନ୍ତି । ମୁଁ ଜେଲରେ ରହୁଥିବା ମହିଳା ମାନଙ୍କ ଠାରୁ ଖୁସି ରହିବା ଶିଖିଲି । ଜେଲରେ ଯେତେବେଳେ ଗୋଟେ ସିଙ୍ଗଡା ବଣ୍ଟାଯାଏ ସେତେବେଳେ ଜେଲରେ ରହୁଥିବା ଲୋକେ ଖୁସ ହୋଇଯାଆନ୍ତି । ସିଙ୍ଗଡା ଦେଖି ତାଙ୍କର ଆଖିରେ ଭିନ୍ନ ଏକ ଖୁସି ଦେଖିବା ପାଇଁ ମିଳିଥାଏ । ଆମେ ସେମାନଙ୍କଠାରୁ ଶିଖିବା ଉଚିତ୍ । ଆମେ ବାହ୍ୟ ଜଗତର ଅନେକ ଦାମି ଜିନିଷ ପାଇଁ ଇଚ୍ଛା କରୁ ଏବଂ ସେମାନେ କେବଳ ଏତିକି ପାଇ ଏତେ ଖୁସ ହୋଇଯାଆନ୍ତି ।
ରିୟା ଆହୁରି କହିଛନ୍ତି ଯେ, ସେ ଜେଲରେ ଥିବା ମହିଳାଙ୍କ ପାଇଁ ନାଗିନ୍ ଡ୍ୟାନ୍ସ ମଧ୍ୟ କରିଥିଲେ । ଅଭିନେତ୍ରୀ କହିଥିଲେ ଯେ, 'ମୁଁ ସେମାନଙ୍କୁ ପ୍ରତିଶୃତି ଦେଇଥିଲି ଯେ ଯେତେବେଳେ ମୁଁ ଜେଲରୁ ବାହରକୁ ବାହାରି ଅର୍ଥାତ ମୋତେ ବେଲ୍ ମିଳିବ ସେଦିନ ମୁଁ ନାଗିନ୍ ଡ୍ୟାନ୍ସ କରିବି । ସେତେବେଳେ କେବଳ ମୋତେ ବେଲ୍ ମିଳିଥିଲା ମୋ ଭାଇ ସେତେବେଳେ ମଧ୍ୟ ଜେଲରେ ଥିଲା । ତଥାପି ମୁଁ ସେହି ମହିଳା ମାନଙ୍କ ପାଇଁ ଡ୍ୟାନ୍ସ କରିଥିଲେ । ତାଙ୍କ ଖୁସି ପାଇଁ ମୁଁ ଜେଲରେ ନାଗିନ୍ ଡ୍ୟାନ୍ସ କରିଥିଲେ । ଆଜି ମୋର ସେହି ଦିନ ମନେ ଅଛି । ସେ ମୁହୂର୍ତ୍ତକୁ ମୁଁ କେବେ ଭୁଲି ପାରିବି ନାହିଁ ।'
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications