ଅଭିନେତ୍ରୀ ରମ୍ଭାଙ୍କ କାର ଦୁର୍ଘଟଣା ଗ୍ରସ୍ତ, ଝିଅ ଗୁରୁତର
ଅଭିନେତ୍ରୀ ରମ୍ଭାଙ୍କ କାର ଦୁର୍ଘଟଣା ଗ୍ରସ୍ତ, ଝିଅ ଗୁରୁତର
ମୁମ୍ବାଇ: 'ଜୁଡୱା', 'ଘରବାଲି ବାହାର ୱାଲି' ଏବଂ 'କ୍ୟୁକି ମେଁ ଝୁଠ୍ ନେହିଁ ବୋଲତା' ଭଳି ଚଳଚ୍ଚିତ୍ରରେ ନିଜ ଲୁକ୍ ଓ ଅଭିନୟ ଜରିଆରେ ସେ ଦର୍ଶକଙ୍କ ମନରେ ବର୍ଷ ବର୍ଷ ଧରି ରାଜ୍ କରିଥିଲେ ଅଭିନେତ୍ରୀ ରମ୍ଭା । ହେଲେ କ୍ୟାରିୟରେ ଅନେକ ସଫଳତା ହାସଲ କରିବା ପରେ ସେ ହଠାତ୍ ଇଣ୍ତଷ୍ଟ୍ରିରୁ ଦୂରାଇ ଯାଇଥିଲେ । ଆଜି ବି ପ୍ରଶଂସକମାନେ ପରଦାରେ ତାଙ୍କୁ ଅଭିନୟକୁ ମିସ୍ କରନ୍ତି । ହେଲେ ଏବେ ଏହି ଅଭିନେତ୍ରୀଙ୍କ ବିଷୟରେ ଏକ ଦୁଃଖଦ ଖବର ରହିଛି । କାନାଡାରେ ଏକ କାର ଦୁର୍ଘଟଣାରେ ରମ୍ଭାଙ୍କର ଗାଡ଼ି ଚୁନମାର ହୋଇଯାଇଛି । ପିଲାମାନଙ୍କୁ ସ୍କୁଲରୁ ଆଣିବା ସମୟରେ ଦୁଇ କାରର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ସମୟରେ ପିଲାମାନେ ଏବଂ ନାନୀ ମଧ୍ୟ ତାଙ୍କ ସହ କାରରେ ଥିଲେ । ଯଦିଓ ଏହି ଦୁର୍ଘଟଣାରେ ସମସ୍ତେ ସାମାନ୍ୟ ଆହତ ହୋଇଛନ୍ତି, କିନ୍ତୁ ତାଙ୍କ ଝିଅ ଶାଶାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କାନାଡାରେ ରାମବାଙ୍କ କାର ଦୁର୍ଘଟଣା
ରାମ୍ବା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡାକ୍ତରଖାନାରୁ ତାଙ୍କ ଝଅର ଫଟୋ ସେୟାର କରି ଏହି ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏହି ଫଟୋରେ ଡାକ୍ତରଙ୍କ ଏକ ଟିମ୍ ଅଭିନେତ୍ରୀଙ୍କ ଝିଅର ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି ।
ଫଟୋ ସେୟାର କରିବା ସହିତ ରାମ୍ବା ଲେଖିଛନ୍ତି, 'ପିଲାମାନଙ୍କୁ ସ୍କୁଲରୁ ଆଣିବା ସମୟରେ ଆମ କାରକୁ ଆଉ ଏକ କାର୍ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ କାରରେ ମୁଁ, ପିଲାମାନେ ଏବଂ ନାନୀ ଥିଲେ । ଆମେ ସମସ୍ତେ ସୁରକ୍ଷିତ ଅଛୁ । ମୋର ଝିଅ ଏବେବି ଡାକ୍ତରଖାନାରେ ଅଛି । ଦୟାକରି ଆମ ପାଇଁ ପ୍ରାର୍ଥନା କରନ୍ତୁ' ।
ସୂଚନାଥାଉ ଯେ, ରମ୍ବା ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ୍, ବଙ୍ଗାଳୀ, ଭୋଜପୁରୀ ଏବଂ ଇଂରାଜୀ ଚଳଚ୍ଚିତ୍ରରେ କାମ କରିଛନ୍ତି । ଏହି ଅଭିନେତ୍ରୀ ମାଲାୟାଲମ୍ ଚଳଚ୍ଚିତ୍ର 'ସରଗମ୍' (୧୯୯୨) ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ରମ୍ବା ଆଠିଟି ଆଞ୍ଚଳିକ ଭାଷାରେ ୧୦୦ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି ।












Click it and Unblock the Notifications