କୋରାପୁଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା
'SSMB29' ଫିଲ୍ମ ଶୁଟିଂ ପାଇଁ କୋରପୁଟରେ ପହଞ୍ଚିଲେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା । ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ ହେଲେ ଓଡ଼ିଶା ପୂର୍ବରୁ ଦେଶୀଗର୍ଲ ହାଇଦ୍ରାବାଦ ଗସ୍ତ କରିଥିଲେ । ଯାହା ପରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, 'SSMB29' ର ଶୁଟିଂ ବର୍ତ୍ତମାନ କୋରାପୁଟର ଚାଲିଛି । ଯାହାର ଏକ ସିନ୍ ଶୁଟିଂ ପାଇଁ ପ୍ରିୟଙ୍କା କୋରାପୁଟରେ ପହଞ୍ଚିଛନ୍ତି, ଏଥି ପାଇଁ କୋରାପୁଟରେ ଏକ ବିଶାଳ ସେଟ ମଧ୍ୟ ପ୍ରସ୍ତୁତ କରାଯାଇଛି । ଅଭିନେତ୍ରୀ ପ୍ରିୟଙ୍କା ସୋସିଆଲ ମିଡିଆରେ ଓଡ଼ିଶା ଅନେକ ଅଞ୍ଚଳର ଫଟୋ ସେୟାର କରିଛନ୍ତି ।

ସୂଚନା ଅନୁସାରେ, ସଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏବଂ ମହେଶ ବାବୁଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ସିନେମା SSMB29 ର ସୁଟିଂ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଯାଇଛି କିଛି ଦିନ ପୂର୍ବରୁ ମହେଶ ବାବୁଙ୍କର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ବଡ଼ ବଡ଼ ତାରକାଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ପୂର୍ବରୁ ମହେଶ ବାବୁ ଏବଂ RRR ନିର୍ଦ୍ଦେଶକ ସେଟରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ସେଟରେ ଯୋଗ ଦେବା ନେଇ ସୂଚନା ରହିଛି ।












Click it and Unblock the Notifications