ବିଗ୍ ବସ୍ ୧୬ରେ ପ୍ରକୃତିଙ୍କ ଏଣ୍ଟ୍ରୀ !
Big Boss 16:Actress Prakruti Mishra Is ALL Set To Enter Big Boss ବିଗ୍ ବସ୍ ୧୬ରେ ପ୍ରକୃତିଙ୍କ ଏଣ୍ଟ୍ରୀ !
ମୁମ୍ବାଇ: ଖୁବ ଶିଘ୍ର କଲର୍ସ ଟେଲିଭିଜନରେ ଆରମ୍ଭ ହେବା ପାଇଁ ଯାଉଛି ସଲମାନଙ୍କ ଶୋ' ବିଗ୍ ବସ୍ ୧୬ । ଅକ୍ଟୋବର ୧ରୁ ଆରମ୍ଭ ହେବା ନେଇ ସୂଚନା ରହିଛି । ଏଥର ଦର୍ଶକଙ୍କୁ ଏଣ୍ଟରଟେନ୍ କରିବା ପାଇଁ ଶୋ'ରେ ନଜର ଆସିବେ ଅନେକ ବିବାଦୀୟ ସେଲିବ୍ରିଟି । ପ୍ରତିଯୋଗୀଙ୍କ ନାଁକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖୁଲାସା ହୋଇ ନାହିଁ । ନିକଟରେ ଶୋ'ର ପ୍ରୋମୋ ରିଲିଜ୍ ହୋଇଥିଲା ଯେଉଁଥିରେ ପୁଣି ସଲମାନ ଖାନ ବିଗ୍ ବସ୍ ପ୍ରେମୀଙ୍କର ଉତ୍କଣ୍ଠା ବଢାଇ ଦେଇଛନ୍ତି । ରିଲିଜ୍ ହେବା ପରଠୁ ଚର୍ଚ୍ଚାରେ ଅଛି ବିଗ୍ ବସ୍ ୧୬ର ପ୍ରମୋ । ଟିଜରରେ ହୋଷ୍ଟ ସଲମାନ ଖାନଙ୍କ ଦମଦାର୍ ଼ଡାଇଲଗ୍ ରହିଛି ଟ୍ରେଣ୍ତରେ ।

ନିକଟରେ ବ୍ୟକ୍ତିଗତ କାରଣରୁ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ଏହି ଲୋକପ୍ରିୟ ରିଆଲିଟି ଶୋ'ରେ ଭାଗ ନେଇପାରନ୍ତି । ବିକାଶ ଗୁପ୍ତାଙ୍କ 'ଏସ୍ ଅଫ୍ ସ୍ପେସ୍' ସିଜିନ୍ ୨ରେ ନଜର ଆସିଥିଲେ ପ୍ରକୃତି । ଯାହା ପରେ ତାଙ୍କ ଲୋକପ୍ରିୟତା ମଧ୍ୟ ବଢିଯାଇଥିଲା । ତେବେ ଏହି ଶୋ'ର ଫରମାଟ୍ କିଛି ମାତ୍ରାରେ ବିଗ୍ ବସ ସହ ସମାନ । ସେହିପରି ସେ 'Bitti Business Wali' ଟେଲିଭିଜନ ଧାରାବାହିକରେ ନିଜ ସୁନ୍ଦର ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିଥିଲେ । ସୂଚନା ଅନୁସାରେ ଚଳିଚ ବର୍ଷ ବିଗ୍ ବସ୍ ଚୟନକର୍ତ୍ତା ପ୍ରକୃତିଙ୍କ ନାଁରେ ମୋହର ମାରି ପାରନ୍ତି । ସେହିପରି ମୁନାୱାର୍ ଫାରୁକି, ଶିବିନ ନାରଙ୍ଗ, ମାଦିରକ୍ଷୀ ମୁଣ୍ତଲ, ମୋହିତ୍ ମଲିକ, ଟିନା ଦତ୍ତାଙ୍କ ପରି ଷ୍ଟାରଙ୍କ ନାଁ ନେଇ ଚର୍ଚ୍ଚାର ଲାଗିରହିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ପ୍ରତିଯୋଗୀଙ୍କ ନାଁ ଘୋଷଣା ହୋଇ ନାହିଁ ।
ସେପଟେ ପ୍ରକୃତି ମିଶ୍ର ବର୍ତ୍ତମାନ ମୁମ୍ବାଇରେ ନାନା ପାଟେକରଙ୍କ ସହ ଏକ ହିନ୍ଦୀ ସିନେମା ସୁଟିଂରେ ବିଜି ଅଛନ୍ତି । ସେହିପରି ଚଳଚ୍ଚିତ୍ର 'ଦୌପଦୀ'କୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ । ଏହି ଫିଲ୍ମରେ ତାଙ୍କ ଲୁକକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଏହି ଫିଲ୍ମଟି ଦୁଇଟି ଭାଷାରେ ରିଲିଜ୍ କରାଯିବ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications