ମହାକୁମ୍ଭ ମେଳାରେ ପହଞ୍ଚିଲେ ଅଭିନେତ୍ରୀ ପୁନମ ପାଣ୍ତେ
Maha Kumbh 2025: ସାରା ବିଶ୍ୱରେ ମହାକୁମ୍ଭକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ମହାକୁମ୍ଭର ମହାମେଳାରେ ଅଂଶଗ୍ରହଣ କରିବା ପାଇଁ ଦେଶର କୋଣ ଅନୁକୋଣରୁ ଲୋକମାନେ ପ୍ରୟାଗରାଜରେ ପହଞ୍ଚୁଛନ୍ତି । ବୁଡ଼ ପକାଇବା ପାଇଁ ବଡ଼ ବଡ଼ ସେଲିବ୍ରିଟି, ଭିଆଇପି ଏବଂ ସାଧାରଣ ଜନତା ମଧ୍ୟ ବହୁ ସଂଖ୍ୟାରେ ପ୍ରୟାଗରାଜରେ ପହଞ୍ଚୁଛନ୍ତି ।
ନିକଟରେ ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣୀ ମହାକୁମ୍ଭ 2025 ରେ ପହଞ୍ଚି ଏଠାରେ ସେ କିନ୍ନର ଆଖାଡ଼ାର କିନ୍ନର ଆଖଡାର ମହାମଣ୍ଡଳେଶ୍ୱର ହୋଇଛନ୍ତି ଯେଉଁଠି ତାଙ୍କ ନୂତନ ନାମ କରଣ ମଧ୍ୟ କରାଯାଇଛି ତାଙ୍କ ନାଁ ମାଇ ମମତା ନନ୍ଦ ଗିରି ରଖାଯାଇଛି । ମମତା କୁଲକର୍ଣ୍ଣିଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ମହାକୁମ୍ଭରେ ପହଞ୍ଚିଛନ୍ତି।

ପୁନମ ପାଣ୍ଡେଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟରେ, ଯେତେବେଳେ ପାପାରାଜି ତାଙ୍କୁ ପଚାରିଲେ ଯେ ସେ କେଉଁଠିକୁ ଯାଉଛନ୍ତି, ପୁନମ ଉତ୍ତର ଦେଇଥିଲେ ଯେ ସେ ମହାକୁମ୍ଭକୁ ଯାଉଛନ୍ତି। ଏହା ପରେ ପୁନମ କହିଥିଲେ, ମୁଁ ଫେରିବା ସମୟରେ ସମସ୍ତଙ୍କ ପାଇଁ ପ୍ରସାଦ ଆଣିବି ।
ପୁନମ୍ ପାଣ୍ଡେଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଲୋକଙ୍କ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି ।
ଆପଣଙ୍କୁ କହି ରଖୁଛୁ ଯେ ପୁନମ ପାଣ୍ଡେ ଫେବୃଆରୀ 2024 ରେ ତାଙ୍କ ମୃତ୍ୟୁର ମିଥ୍ୟା ଖବର ପ୍ରସାର କରିଥିଲେ। ୨ ଫେବୃଆରୀ, ୨୦୨୪ରେ, ପୁନମଙ୍କ ଗର୍ଭାଶୟ କର୍କଟ ରୋଗରେ ମୃତ୍ୟୁ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦିଆଯାଇଥିଲା। ପରେ ପୁନମ କହିଥିଲେ ଯେ ସେ ଗର୍ଭାଶୟ କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ତାଙ୍କ ମୃତ୍ୟୁର ମିଥ୍ୟା ଖବର ପ୍ରସାର କରିଥିଲେ। ଯେଉଁଥି ପାଇଁ ପୁନମଙ୍କୁ ଖୁବ୍ ଟ୍ରୋଲର ଶିକାର ମଧ୍ୟ ହେବାକୁ ପଡିଥିଲା ।












Click it and Unblock the Notifications