ଏହି ମାମଲାରେ ହାଇକୋର୍ଟଙ୍କ ନୋଟିସ୍'ର ଜବାବ ଦେଲେ କରୀନା
Kareena Kapoor Khan: ଚଳଚ୍ଚିତ୍ର ଅଭିନେତ୍ରୀ କରୀନା କପୁର ଖାନ ନିଜ ପୁସ୍ତକ 'Pregnancy Bible' ବିବାଦ ମାମଲାରେ ହାଇକୋର୍ଟଙ୍କ ନୋଟିର ଜବାବ ଦେଇଛନ୍ତି। ବହି ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନ ଉପରେ ଆପତ୍ତି ଉଠାଯାଇଛି। କୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ କୁହାଯାଇଛି ଯେ ପୁସ୍ତକ ମାଧ୍ୟମରେ କାହାର ଧାର୍ମିକ ଭାବନାକୁ ଆଘାତ କରିବାର କୌଣସି ଉଦ୍ଦେଶ୍ୟ ନାହିଁ।

ଆସନ୍ତା ସପ୍ତାହରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବେ। କରୀନା ତାଙ୍କ ପ୍ରେଗନେନ୍ସି ଅନୁଭୂତି ଉପରେ ଏହି ପୁସ୍ତକ ଲେଖିଥିଲେ। ତେବେ ପୁସ୍ତକର ନାଁରେ 'ବାଇବେଲ' ଶବ୍ଦ ଥିବାରୁ ଏହା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି ।












Click it and Unblock the Notifications