ୱେବ୍ ସିରିଜରେ ନଜର ଆସିବେ ଅଭିନେତ୍ରୀ କାଜୋଲ
ଅଭିନେତ୍ରୀ କାଜୋଲ ଓଟିଟିରେ ଡେବ୍ୟୁ କରିସାରିଛନ୍ତି। ବର୍ତ୍ତମାନ ସେ ଏକ ୱେବ୍ ସିରିଜ୍ ମାଧ୍ୟମରେ ଡିଜିଟାଲ୍ ପ୍ଲାଟଫର୍ମରେ ପାଦରଖିବା ପାଇଁ ହେଉଛନ୍ତି ପ୍ରସ୍ତୁତ ।
ନୂଆଦିଲ୍ଲୀ: ଅଭିନେତ୍ରୀ କାଜୋଲ ଓଟିଟିରେ ଡେବ୍ୟୁ କରିସାରିଛନ୍ତି। ବର୍ତ୍ତମାନ ସେ ଏକ ୱେବ୍ ସିରିଜ୍ ମାଧ୍ୟମରେ ଡିଜିଟାଲ୍ ପ୍ଲାଟଫର୍ମରେ ପାଦରଖିବା ପାଇଁ ହେଉଛନ୍ତି ପ୍ରସ୍ତୁତ । ବଲିଉଡ ଚଳଚ୍ଚିତ୍ରରେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ଅନେକ ତାରକା ଓଟିଟି ପ୍ଲାଟଫର୍ମ ଆଡକୁ ମୁହାଁଇଛନ୍ତି ।

ଏବେ ଏହି ତାଲିକାରେ ଅଭିନେତ୍ରୀ କାଜୋଲଙ୍କ ନା' ମଧ୍ୟ ଯୋଡି ହୋଇଛି। ପୂର୍ବରୁ ସେ ଫିଲ୍ମ 'ତ୍ରିଭଙ୍ଗା' (Tribhanga) ରୁ OTT ପ୍ଲାଟଫର୍ମରେ ଡେବ୍ୟୁ କରି ସାରିଛନ୍ତି । ବର୍ତ୍ତମାନ ସେ ୱେବ୍ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି । ୱେବ୍ ସିରିଜ୍ ସଲାମ ଭେଙ୍କି (Web Series Salaam Venky) ପାଇଁ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସିଛନ୍ତି କାଜୋଲ ।
ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କାଜୋଲ ଏହି ୱେବ ସିରିଜ୍ ବିଷୟରେ ସୂଚନା ଦେଇଥିଲେ । ଯେଉଁଥିରେ ସେ ଲେଖିଥିଲେ 'ଆଜି ଆମେ ଏକ ନୂଆ କାହାଣୀର ଯାତ୍ରା ଆରମ୍ଭ କରିବାକୁ ଯାଉଛୁ । ଏହା ଏକ କାହାଣୀ, ଯାହାକୁ ଲୋକମାଙ୍କୁ କହିବା ଉଚିତ, ଗୋଟେ ରାସ୍ତା ଯେଉଁଥିରେ ଜିବାର ଥିଲା ଏବଂ ଏକ ଗୋଟେ ଜୀବନ ଯାହା ବଞ୍ଚିବାର ଥିବା ଏହି ଅବିଶ୍ୱସନୀୟ ସତ୍ୟ କାହାଣୀକୁ ଆପଣଙ୍କ ସହ ବାଣ୍ଟିବାକୁ ଆମେ ଅତ୍ୟଧିକ ଉତ୍ସାହିତ 'ଡିଜ୍ନି ହଟଷ୍ଟାର ପାଇଁ ଏହି ୱେବ୍ ସିରିଜ୍ ପ୍ରସ୍ତୁତ କରାଯାଉଛି ଏବଂ ଏହାର ନିର୍ଦ୍ଦେଶନା ଦେବେ 'ଦ ଫ୍ୟାମିଲି ମ୍ୟାନ୍' ଲେଖକ ସୁର୍ପଣ ଭର୍ମା ।
ତେବେ ଏହି ଫିଲ୍ମରେ ଜଣେ ମା'ର ସଂଘର୍ଷ ଚିତ୍ରିତ ହେବ, ଯିଏ ପରିସ୍ଥିତି ଦ୍ୱାରା ବାଧ୍ୟ ହୋଇ ନିଜ ପିଲାମାନଙ୍କ ପାଇଁ ଘରୁ ପାଦକାଠି ଥିବ । ଯାହା ପରେ ସେ ରାଜନୀତି, ଅପରାଧ ଏବଂ ପରିବାରର ମଧ୍ୟ ନିଜକୁ ଖୋଜିବା ପାଇଁ ଚେଷ୍ଟା କରୁଥିବ । ତେବେ ୨୦୨୧ରେ ଆସିଥିବା ତ୍ରିଭଙ୍ଗା ଚଳଚ୍ଚିତ୍ରରେ ମଧ୍ୟ ତିନି ପିଢି ମହିଳାଙ୍କ କାହାଣୀ ଦେଖିବା ପାଇଁ ମିଳିଥିଲା ।ଏବେ ଦେଖିବାବାକି ରହିଲା 'ସଲାମ ଭେଙ୍କି'ରେ କାଜୋଲଙ୍କ ଅଭିନୟ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ।












Click it and Unblock the Notifications