ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିନେତ୍ରୀ ଜୟାକୁମାରୀ, ଚିକିତ୍ସା ପାଇଁ ନାହିଁ ଅର୍ଥ

ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିନେତ୍ରୀ ଜୟାକୁମାରୀ, ଚିକିତ୍ସା ପାଇଁ ନାହିଁ ଅର୍ଥ

South Actress Jayakumari: ସିନେମା ଜଗତରୁ ଏପରି ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନେକ ଦଶନ୍ଧି ଧରି ଅଭିନୟ କରି ଲୋକଙ୍କ ମନୋରଞ୍ଜନ କରିଥିବା ଅଭିନେତ୍ରୀ ଜୟାକୁମାରୀ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି । ଖବର ଅନୁଯାୟୀ, ଅଭିନେତ୍ରୀଙ୍କ କିଡନୀ ସମ୍ବନ୍ଧୀୟ ସମସ୍ୟା ରହିଛି ଏବଂ ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ଏହି କାରଣରୁ ଅଭିନେତ୍ରୀ ଆର୍ଥିକ ସହାୟତା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନ ଜୟା କୁମାରୀଙ୍କୁ ଚେନ୍ନାଇର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରିକି ସୋଶାଲ ମିଡିଆରେ ଅଭିନେତ୍ରୀଙ୍କ ଡାକ୍ତରଖାନାର ଚିତ୍ର ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଏକ ହସ୍ପିଟାଲ ବେଡରେ ବସିଥିବାର ନଜର ଆସିଛନ୍ତି ।

South Actress Jayakumari
୨ଟି ଯାକ କିଡନୀ ଖରାପ ହୋଇଯାଇଛି
୧୯୬୦ ରୁ ୧୯୭୦ ଦଶକରେ ତାମିଲ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ କାମ କରିସାରିଥିବା ଜୟା କୁମାରୀଙ୍କର ୨ଟି ଯାକ କିଡନୀ ଖରାପ ହୋଇଯାଇଛି । ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ନିଜ ପୁଅଙ୍କ ସହ ରହୁଛନ୍ତି । ଖବର ଆନୁଯାୟୀ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମ ସୁବ୍ରମଣ୍ୟମ ଜୟା କୁମାରୀଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଟାଇମ୍ସ ଅଫ୍ ଇଣ୍ତିଆ ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଏହା ସହ ତାଙ୍କୁ ଏକ ଘର ମଧ୍ୟ ଯୋଗାଇ ଦିଆଯିବ । ସୂଚନା ଅନୁସାରେ ଜୟାକୁମାରୀଙ୍କ ତିନି ପିଲାଙ୍କ ମଧ୍ୟରୁ କେହି ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଡାକ୍ତରଖାନା ଆସିନାହାଁନ୍ତି ।
South Actress Jayakumari

୧୬ ବର୍ଷ ବୟସରୁ ଆରମ୍ଭ କରିଥିଲେ କ୍ୟାରିୟର
ଜୟାକୁମାରୀ ମାତ୍ର ୧୬ ବର୍ଷ ବୟସରୁ ହିଁ ସିନେମା ଜଗତରେ ପାଦ ଦେଇଥିଲେ । ନିଜ ଅଭିନୟ କ୍ୟାରିୟର ୧୯୬୭ ମସିହାରୁ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ତାମିଲ ଫିଲ୍ମ ଥିଲା 'ନାଡୋଦି' । ସେହିପରି ପ୍ରଥମ ମଲାୟାଲମ ସିନେମା ଥିଲା 'କଲେକ୍ଟର' । ନିଜ କ୍ୟାରିୟରରେ ସେ ୩୦୦ରୁ ଅଧିକ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ କାମ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+