For Quick Alerts
Turn On Notification  
For Daily Alerts
Oneindia App Download

ଖୁବ ଶୀଘ୍ର ଆସୁଛି ଜାହ୍ନବୀ-ରାମଚରଣଙ୍କ ଫିଲ୍ମ ! ଉତ୍ସାହିତ ଫ୍ୟାନ୍ସ

ଆସିବା ପାଇଁ ଯାଉଛି ଜାହ୍ନବୀ-ରାମଚରଣ ଫିଲ୍ମ ! ଉତ୍ସାହିତ ଫ୍ୟାନ୍ସ

|

ମୁମ୍ବାଇ: ସିନେମା ଜଗତରେ ପାଦେ ଦେବା ଦିନଠୁ ହିଁ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ଜାହ୍ନବୀ କପୁର । ନିକଟର ତାଙ୍କ ଫିଲ୍ମ 'ମିଲି' ରିଲିଜ୍ ହୋଇଥିଲା ଯେଉଁଥିରେ ଜାହ୍ନବୀଙ୍କର ଜବରଦସ୍ତ ଅଭିନୟର ପ୍ରଶଂସା କରିଥିଲେ ଦର୍ଶକ । ହେଲେ ବକ୍ସଅଫିସରେ ସିନେମାଟି ଭଲ ବ୍ୟବାସାୟ କରିପାରି ନଥିଲା । ହେଲେ ଅଭିନେତ୍ରୀ ଖୁବ ଶୀଘ୍ର ସାଉଥ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଯାହାର ସୂଚନା ମିଳିବା ପରେ ଜାହ୍ନବୀଙ୍କ ଫ୍ୟାନ୍ସଙ୍କ ଉତ୍ସାହ ବୃଦ୍ଧି ପାଇଛି । ପ୍ରଶଂସକମାନେ ତାଙ୍କ ଡେବ୍ୟୁ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ସୂଚନା ଅନୁସାରେ, ଖୁବ ଶୀଘ୍ର ସାଉଥ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜାହ୍ନବୀ କପୁର । ବୁଚି ବାବୁଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ଜହ୍ନବୀଙ୍କୁ ସୁପରଷ୍ଟାର ରାମ ଚରଣଙ୍କ ସହ ଦେଖିବା ପାଇଁ ମିଳିବ । ନିକଟରେ ରାମ ଚରଣ ତାଙ୍କର ଆଗାମୀ ଚଳଚ୍ଚିତ୍ରର ଘୋଷଣା କରିଥିଲେ ଯାହାକି ବୁଚି ବାବୁଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବାକୁ ଯାଉଛି । ଏହା ଏକ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ । ତେବେ ଫିଲ୍ମର ଟାଇଟଲ୍ ଏବଂ କେଉଁ ଅଭିନେତ୍ରୀଙ୍କୁ ରାମ ଚରଣଙ୍କ ବିପକ୍ଷରେ ଦେଖିବାକୁ ମିଳିବ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହାରି ମଧ୍ୟରେ ଜାହ୍ନବୀ କପୁରଙ୍କୁ ଫିଲ୍ମରେ ରାମ ଚରଣଙ୍କ ବିପକ୍ଷରେ ଦେଖିବାକୁ ମିଳିବ ବୋଲି ଗୁଜବ ପ୍ରଚାରିତ ହୋଇଛି, ଯଦିଓ ଏପର୍ଯ୍ୟନ୍ତ ଫିଲ୍ମ ମେକର୍ସଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।

Janvi Kapoor Tollywood Debut
ବୁଚି ବାବୁ ସାନା ଫିଲ୍ମ 'ଅପ୍ପେନା'ର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚଳଚ୍ଚିତ୍ରକୁ ଦର୍ଶକ ପସନ୍ଦ କରିଥିଲେ ଏବଂ ବର୍ତ୍ତମାନ ସେ ପ୍ରଥମ ଥର ପାଇଁ ରାମ ଚରଣଙ୍କ ସହ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ସୁଟିଂ ଜାନୁୟାରୀ ୨୦୨୩ ରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଯଦି ଜାହ୍ନବୀ କପୁର ଏହି ଚଳଚ୍ଚିତ୍ରର ଏକ ଅଂଶ ହୁଅନ୍ତି, ତେବେ ଏହି ଚଳଚ୍ଚିତ୍ର ଏବଂ ଏହି ଯୋଡିକୁ ନେଇ ସିନେମା ଇଣ୍ତଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିବ । ଫିଲ୍ମ 'RRR'ର ସଫଳତା ପରେ ରାମ ଚରଣଙ୍କ ଲୋକପ୍ରିୟତା ବେଶ୍ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଜାହ୍ନବୀ କପୁରଙ୍କ ମା' ଶ୍ରୀଦେବୀ ରାମ ଚରଣଙ୍କ ପିତା ଚିରଞ୍ଜୀବୀଙ୍କ ସହ 'Jagadeka Veerudu Athiloka Sundari'ପରି ବ୍ଲକବଷ୍ଟର ଚଳଚ୍ଚିତ୍ରରେ ନଜର ଆସିଥିଲେ । ଏପରିସ୍ଥିତିରେ ରାମ ଚରଣ- ଜାହ୍ନବୀଙ୍କ ଯୋଡି ନିଶ୍ଚୟ ଚର୍ଚ୍ଚା ସାଉଁଟିବ ବୋଲି କଳ୍ପନା କରାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Actress Janhvi Kapoor Tollywood Debut
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X