ସମୁଦ୍ର କୂଳ ସଫା କରି ଟ୍ରୋଲ ହେଲେ ଅଭିନେତ୍ରୀ ଜ୍ୟାକଲିନ୍
ସମୁଦ୍ର କୂଳ ସଫା କରି ଟ୍ରୋଲ ହେଲେ ଅଭିନେତ୍ରୀ ଜ୍ୟାକଲିନ୍
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି । ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ଲିଙ୍କ ରହିଥିବା ନେଇ ସ୍ପଷ୍ଟ ହୋଇସାରିଛି । ଯାହା ପରେ ଅଭିନେତ୍ରୀଙ୍କୁ ଇଡି ଅନେକ ଥର ପଚରାଉଚରା କରିଥିଲା । ସୋସିଆଲ ମିଡିଆରେ ଏହି ମାମଲାକୁ ନେଇ ଜ୍ୟାକଲିନଙ୍କୁ ଖୁବ ଟ୍ରୋଲ କରାଯାଉଛି । ନିକଟରେ ପୁଣି ଥରେ ଟ୍ରୋଲର ଶିକାର ହୋଇଛନ୍ତି ଅଭିନେତ୍ରୀ ।

ସୂଚନାଥାଉ ଯେ, ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଅଭିନେତ୍ରୀଙ୍କୁ ଆଗୁଆ ଜାମିନ ମିଳିସାରିଛି । ଜ୍ୟାକଲିନଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ୫୦ ହଜାର ମୁଚାଲିକା(ବଣ୍ତ) ବଦଳରେ ଜାମିନ ମିଳିଛି । ନିକଟରେ EOW ଅଭିନେତ୍ରୀଙ୍କୁ ୧୫ ଘଣ୍ଟା ଧରି ପଚରାଉଚରା କରିଥିଲା। ଇଡି ଓ ଦିଲ୍ଲୀ ପୋଲିସ ପଚରାଉଚରା ପରେ ଏହା ସ୍ପଷ୍ଟ ହୋଥିଲା ଯେ ସୁକେଶ ଏବଂ ଜ୍ୟାକଲିନଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଥିଲା । ଯାହା ପରେ ଇଡି ୨୦୦ କୋଟି ଠକେଇ ମାମଲାରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍ ଦାଖଲ କରିଥିଲା । ଯେଉଁଥିରେ ଅଭିନେତ୍ରୀ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ଇଡି ଚାର୍ଜସିଟ୍ ଆଧାରରେ ଅଭିନେତ୍ରୀଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେ କୋର୍ଟରେ ହାଜର ହୋଇଥିଲେ ଯାହାପରେ ତାଙ୍କୁ ଆଗୁଆ ଜାମିନ ମଧ୍ୟ ମିଳିସାରିଛି ।












Click it and Unblock the Notifications