ବିବାହ ପୂର୍ବରୁ ମା' ହେହାକୁ ଯାଉଛନ୍ତି ଅଭିନେତ୍ରୀ ଇଲିୟାନା ଡିକ୍ରୁଜ୍
ମୁମ୍ବାଇ: ଅଭିନେତ୍ରୀ ଇଲିୟାନା ଡିକ୍ରୁଜ୍ ମା ହେବାକୁ ଯାଉଛନ୍ତି । ଏହି ଖବର ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଏହାକୁ ନେଇ ଏବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଭିନେତ୍ରୀ ନାଁ ବର୍ତ୍ତମାନ ସେହି ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣନା ହେବା ପାଇଁ ଯାଉଛି ଯେଉଁମାନେ ବିବାହ ନକରି ମା'ହୋଇଛନ୍ତି ।
ନିଜ ଜୀବନରେ ଆଗକୁ କ'ଣ ଘଟିବା ପାଇଁ ଯାଉଛି ସେ ନେଇ ଅଭିନେତ୍ରୀ ସସପେନ୍ସ କ୍ରିଏଟ୍ କରି ରହିଛିନ୍ତି । ଏହା ସହ ନିଜ ସନ୍ତାନର ପିତାଙ୍କ ନାଁ ମଧ୍ୟ ଏପର୍ଯ୍ୟନ୍ତ ଲୁଚାଇ ରଖିଛନ୍ତି ଇଲିୟାନା । ଅଭିନେତ୍ରୀଙ୍କ ଜୀବନରେ ଅନେକ ବ୍ୟକ୍ତି ଆସିଛନ୍ତି ହେଲେ ଖୁବ ଅଳ୍ପ ସମୟ ମଧ୍ୟରେ ହିଁ ବ୍ରେକ୍ ଅପ୍ ହୋଇଯାଇଥିବା ନେଇ ଖବର ରହିଛି ।
କିଛି ବର୍ଷ ପୂର୍ବେ, ଇଲିଆନା ଅଷ୍ଟ୍ରେଲୀୟ ପ୍ରେମିକ ଆଣ୍ଡ୍ରିୟୁ କନିବୋନଙ୍କ ସହ ସମ୍ପର୍କ ରହିଥିଲେ । ଅଭିନେତ୍ରୀ ତାଙ୍କୁ ଅନେକ ଥର ବିବାହ କରିବେ ବୋଲି ମଧ୍ୟ କହିଥିଲେ । ହେଲେ ୨୦୧୯ରେ ଉଭୟଙ୍କ ସମ୍ପର୍କର ହୋଇଥିଲା ଦ ଏଣ୍ତ । ଯାହା ପରଠୁ ନିଜ ପ୍ରେମ ବିଷୟରେ ବେଶଷ ଆଲୋଚନା କରନ୍ତି ନାହିଁ ଅଭିନେତ୍ରୀ ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇଲିୟାନା ବର୍ତ୍ତମାନ କ୍ୟାଟ୍ରିନାଙ୍କ ଭାଇ Sebastien Laurent Michelଙ୍କୁ ଡେଟ୍ କରୁଛନ୍ତି । ଏହି ଯୋଡ଼ିକୁ ଅନେକ ଥର ଏକାଠି ଭାକେସନ୍ ଏଞ୍ଜୟ କରୁଥିବାର ଦେଖିବା ପାଇଁ ମଧ୍ୟ ମିଳିଥାଏ । ନିକଟରେ କ୍ୟାଟ୍ରିନାଙ୍କ ଜନ୍ମଦିନ ଅବସରରେ ତାଙ୍କ ପରିବାର ସହ ଇଲିୟାନା ମଧ୍ୟ ମାଳଦ୍ୱୀପ ଯାଇଥିଲେ । ଯେଉଁଠୁ ଅନେକ ଫୋଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ଯାହା ପରଠୁ ସେବାଷ୍ଟିଆନ୍ ଏବଂ ଇଲିୟାନାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।
କଫି ୱିଥ୍ କରଣରେ ମଧ୍ୟ କରନ ଜୋହର କ୍ୟାଟ୍ରିନାଙ୍କ ଭାଇ ଏବଂ ଇଲିୟାନାଙ୍କ ସମ୍ପର୍କ ବିଷୟ କ୍ୟାଟ୍ରିନାଙ୍କ ସହ ଆଲୋଚନା କରିଥିଲେ ।
ସେ କହିଥିଲେ, ମୁଁ ସେମାନଙ୍କୁ ଅର୍ଥାତ୍ ଇଲିୟାନା ଏବଂ କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନଙ୍କୁ ଏକାଠି ଦେଖିଥିଲେ, ସେବେଠୁ ମୋତେ ଲାଗୁଥିଲା ଉଭୟଙ୍କ ମଧ୍ୟରେ କିଛି ତ ସମ୍ପର୍କ ରହିଛି ଏବଂ ଯେତେବେଳେ ମୁଁ ମାଳଦ୍ୱୀପରେ ସେମାନଙ୍କର ଏକାଠି ଫଟୋ ଦେଖିଲି, ମୁଁ ଭାବିଲି, ୱୋ...ସବୁକିଛି ବେଶ୍ ଦ୍ରୁତ ଗତିରେ ଆଗକୁ ବଢୁଛି...'। ଏହା ଶୁଣିବା ପରେ କ୍ୟାଟ୍ରିନା କିଛି ଉତ୍ତର ଦେଇ ନଥିଲେ କେବଳ ସ୍ମାଇଲ୍ କରି ଇଗନୋର୍ କରିଥିଲେ ।
ୱେଲ୍ ମାଳଦ୍ୱୀପ ପେର ଏହି ଯୋଡିକୁ ଏକାଠି କେଉଁଠି ମଧ୍ୟ ଦେଖିବା ପାଇଁ ମିଳି ନାହିଁ । ଇଲିୟାନା-ସେବାଷ୍ଟିଆନଙ୍କ କୌଣସି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇ ନାହିଁ । ହେଲେ ଏବେ ଇଲିୟାନାଙ୍କ ମା'ହେବା ଖବରକୁ ନେଇ ସବୁଠୁ ଚର୍ଚ୍ଚା ହେବାରେ ଲାଗିଛି ।












Click it and Unblock the Notifications