Get Updates
Get notified of breaking news, exclusive insights, and must-see stories!

ଅନୁଭବ-ବର୍ଷା ବିବାଦ: ଶେଷରେ ବର୍ଷା ଛାଡିବେ ଶାଶୂଘର

Anubhav Barsha Controversy: Actress Barsha Will Leave Anubha Mohanty's Home,Court Rejected The Appeal ଅନୁଭବ-ବର୍ଷା ବିବାଦ: ଶେଷରେ ବର୍ଷା ଛାଡିବେ ଶାଶୂଘର

କଟକ: ଅନୁଭବ-ବର୍ଷା ବିବାଦ । ଶେଷରେ ବର୍ଷା ଛାଡିବେ ନିଜ ଶାଶୂଘର । ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏସ୍‌ଡିଜେଏମ୍‌ଙ୍କ ରାୟକୁ କାଏମ୍‌ ରଖିଲେ କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ । ବର୍ଷାଙ୍କୁ ଶାଶୁ ଘର ଅର୍ଥାତ୍ ଅନୁଭବଙ୍କର ଘରକୁ ଛାଡିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ SDJM । ପରେ SDJMଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟର ଦ୍ୱାରସ୍ତ ହୋଇଥିଲେ ବର୍ଷା ।

ODISHA

୦୨ ଜୁନ୍‌ରେ ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଏବଂ ପ୍ରଥମ ମାସ ଟଙ୍କା ପାଇବା ପରେ ୨ ମାସ ମଧ୍ୟରେ ଘର ଛାଡ଼ିବା ପାଇଁ ବର୍ଷାଙ୍କୁ କୁହାଯାଇଥିଲା ଏହା ସହ ରାୟର ୨ ମାସ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

S

ଅନ୍ୟପଟେ ଏହି ବିବାଦ ପରଠୁ ଅନୁଭବ ନିଜ ପରିବାର ସହ ଅନ୍ୟତ୍ର ଘର ଭଡ଼ା ନେଇ ରହୁଛନ୍ତି । ପାରିବାରିକ ହିଂସାର ଶୀକାର ହେଉଥିବା ଅଭିଯୋଗ ଆଣି ବର୍ଷା ପ୍ରଥମେ ଏସଡିଜେଏମ୍ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ସମୟରେ ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା ଯେଉଁଥିରୁ ଗୋଟିଏ ପିଟିସନ୍‌ ଖାରଜ ହୋଇଥିବା ବେଳେ ଅନ୍ୟଟିର ରାୟ ଆଜି ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+