ଘନେଇଲା ବର୍ଷା-ଅନୁଭବ ବିବାଦ: ପାଲଟା ଅଭିଯୋଗ କଲେ ବର୍ଷା
ଘର ଛାଡିବା ନେଇ ପାଲଟା ଅଭିଯୋଗ କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଘର ମରାମତି ବାହାନାରେ ଘରୁ ବାହାର କରିଦେବାକୁ ଯୋଜନା କରାଯାଉଛି ବୋଲି କହିଲେ ବର୍ଷା ।
କଟକ: ଅଭିନେତା ତଥା ସାସଂଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ମହାନ୍ତିଙ୍କ ମଧ୍ୟରେ ଲାଗିଥିବା ବିବାଦ ଆଜି ଘନେଇଛି । ପ୍ରଥମେ ଅନୁଭବଙ୍କ ମା' ମଧୁସ୍ମିତା ମହାନ୍ତି ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ଘରର ମରାମତି ପାଇଁ ସେ ବର୍ଷାଙ୍କୁ 10 ଦିନ ପାଇଁ ବାପ ଘରକୁ ଯିବାକୁ କହିଥିବା ବେଳେ ବର୍ଷା ଘର ଛାଡୁ ନଥିବା ଅନୁଭବଙ୍କ ମା' କହିଥିଲେ । ଏହାକୁ ନେଇ ପାଲଟା ଅଭିଯୋଗ କରିଛନ୍ତି ବର୍ଷା । ବର୍ଷା କହିଛନ୍ତି ଘର ମରାମତି ବାହାନାରେ ଘରୁ ବାହାର କରିଦେବାକୁ ଯୋଜନାବଦ୍ଧ ଭାବରେ ଚକ୍ରାନ୍ତ କରାଯାଉଛି ।













Click it and Unblock the Notifications