ଅନୁଭବଙ୍କ ଘରେ ରହିବେ ବର୍ଷା, ଏସଡିଜେଏମଙ୍କ ନିର୍ଦ୍ଦେଶରେ କଟକ ଜିଲ୍ଲା ଜଜଙ୍କ ଅନ୍ତରୀଣ ରୋକ୍
କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଘରେ ରହିବେ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। କଟକ ଜିଲ୍ଲା ଜଜ୍ ଆଜି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।
କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଘରେ ରହିବେ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କଟକ ଜିଲ୍ଲା ଜଜ୍ ଆଜି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଏସଡିଜେଏମଙ୍କ ନିର୍ଦ୍ଦେଶରେ କଟକ ଜିଲ୍ଲା ଜଜ୍ ଅନ୍ତରୀଣ ରୋକ୍ ଲଗାଇଛନ୍ତି । ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ।

ପୂର୍ବରୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବାକୁ SDJM ଦେଇଥିଲେ ନିର୍ଦ୍ଦେଶ। ଘରଭଡ଼ା ବାବଦରେ ଅନୁଭବ ମାସିକ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଥିଲେ। ଏହା ପରେ ଅନୁଭବ ଘର ଭଡ଼ା ବାବଦକୁ ଅର୍ଥ ପ୍ରଦାନ କରିଥିବା ଜଣାପଡ଼ିଛି ।
ଅନୁଭବଙ୍କ ପିଟିସନକୁ ଗ୍ରହଣ କରି କଟକ SDJM କୋର୍ଟ ତାଙ୍କ ଶ୍ୱଶୁର ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡ଼ିବାର ଥିଲା। ପୈତୃକ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ସେ ଏହି ଆବେଦନ କରିଥିଲେ । ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଥିଲେ ଏସଡିଜେଏମ୍ କୋର୍ଟ ।












Click it and Unblock the Notifications