Get Updates
Get notified of breaking news, exclusive insights, and must-see stories!

ଶାଶୁଘର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଶାଶୁଘର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: ସାଂସଦ ଅନୁଭବ-ଅଭିନେତ୍ରୀ ବର୍ଷା ପାରିବାରିକ ବିବାଦ ମାମଲା । ଆଜି ଶାଶୁଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ । କଟକ ଏସଡିଜେଏମ୍ କୋର୍ଟରେ ଆଜି ସେ ଚାବି ଦାଖଲ କରିଛନ୍ତି । ପରିବାର ଅଦାଲତରେ ଅଭିନେତ୍ରୀଙ୍କର ଦ୍ୱିତୀୟ ଦିନରେ ସାକ୍ଷ୍ୟଗ୍ରହଣ କରାଯାଇଛି । ବର୍ତ୍ତମାନ କୋର୍ଟରେ ଚାବି ରଖାଯାଇଛି ସୂଚନା ରହିଛି ଯେ ଖୁବ ଶିଘ୍ର ଅଭିନେତା ଅନୁଭବ ଓ ତାଙ୍କ ପରିବାରକୁ ଚାବି ହସ୍ତାନ୍ତର କରାଯିବ ।

Barsha Priyadarshini

ଦୀର୍ଘ ଦିନ ହେବ ଏହି ଷ୍ଟାର ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏବେର ସ୍ଥିତି ଦେଖି ଅନୁମାନ କରାଯାଉଛି ଖୁବ୍ ଶୀଘ୍ର ଏହାର ସମାଧାନ ହେବ । ତେହେ ଅକ୍ଟୋବର ୨୮ ତାରିଖରେ ଅନୁଭବଙ୍କ ପୈତୃକ ଘରର ଚାବି ଫେରାଇବାକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅନୁଭବ କିମ୍ବା ତାଙ୍କ ଓକିଲକଙ୍କୁ ଚାବି ପ୍ରଦାନ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି ଅନୁଭବ ଚାବି ଗ୍ରହଣ ନ କରନ୍ତି ତେବେ କୋର୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା । ଏହା ଛଡା ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନକୁ ଖାରଜ କରିଦେଇଥିଲେ କୋର୍ଟ । ତେବେ କୋର୍ଟଙ୍କ ବାରମ୍ବାର ଆଦେଶ ସତ୍ତ୍ୱେ ବର୍ଷା ଅନୁଭବଙ୍କ ପୈତୃକ ଘରର ଚାବି ଫେରାଉ ନଥିଲେ । ଯାହା ପରେ ଅଭିନେତା ତଥା ସାଂସଦ ବର୍ଷାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲେ । ଯାହା ପରେ କଟକ ଏସଡିଜେଏମ୍ କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ବର୍ଷାଙ୍କୁ ଚାବି ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+