For Quick Alerts
Turn On Notification  
For Daily Alerts
Oneindia App Download

ଶାଶୁ ଘର ଛାଡିଲେ ଅଭିନେତ୍ରୀ ବର୍ଷା

ଶାଶୁ ଘର ଛାଡିଲେ ଅଭିନେତ୍ରୀ ବର୍ଷା

|

କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଅଦାଲତଙ୍କ ଆଦେଶ କ୍ରମେ ଶାଶୁଘର ଛାଡିଲେ ବର୍ଷା ପ୍ରିୟଦର୍ଶିନୀ । ମାସେ ଭିତରେ ଘର ଛାଡିବା ପାଇଁ ଅଗଷ୍ଟ ୩୦ରେ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ଗତକାଲି ବର୍ଷା ଅନୁଭବଙ୍କ ପୈତୃକ ଘର ଖାଲି କରିଛନ୍ତି । ବର୍ଷା ଘର ଛାଡିବା ପରେ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଅନୁଭବ କରିଛନ୍ତି ଲିଖିତ ଆବେଦନ । ପୋଲିସ ଉପସ୍ଥିତିରେ ଘରେ ପ୍ରବେଶ ପାଇଁ ଆବେଦନ କରିଛନ୍ତି ଅଭିନେତା ।

Barsha

କଟକ ପରିବାର କୋର୍ଟରେ ଚାଲିଛି ବର୍ଷା ଅନୁଭବ ବିବାଦ ମାମଲା । ପୂର୍ବରୁ ଦୁଇ ଥର ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା ।

ସୂଚନାଥାଉ ଯେ, ଜୁନ ମାସରେ SDJM କୋର୍ଟ ବର୍ଷାଙ୍କୁ ଶ୍ୱଶୁର ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏମିତିକି ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ନେଇ ବର୍ଷାଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ପୈତୃକ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ସେ ଏହି ଆବେଦନ କରିଥିଲେ । ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଥିଲେ ଏସଡିଜେଏମ୍ କୋର୍ଟ ।

ସେପଟେ କୋର୍ଟଙ୍କ ବାରଣ ସତ୍ତ୍ୱେ କିଛି ଦିନ ପୂର୍ବରୁ ଟ୍ୱିଟ୍ କରି ପତ୍ନୀ ବର୍ଷାଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଥିଲେ ସାଂସଦ ଅନୁଭବ ମହାନ୍ତି । ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓରେ ଶୁଣାଯାଉଥିବା ସ୍ୱର କାହାର ବୋଲି ସେ ବର୍ଷାଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟ ପଟେ ବର୍ଷା ପ୍ରିୟଦର୍ଶିନୀ ଏ ନେଇ କୌଣସି ଉତ୍ତର ଦେଇ ନଥିଲେ । ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗି ରହିଛି । ମାମଲା କୋଟରେ ବିଚାରାଧିନ । ଏ ପରିସ୍ଥିତିରେ କେହି କାହାକୁ ସମାଲୋଚନା କିମ୍ବା ଟାର୍ଗେଟ୍ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା ମାତ୍ର ଏ ନିର୍ଦ୍ଦେଶକୁ ବେଖାତିର କରି ବର୍ଷାଙ୍କୁ ସୋଶାଲ ମିଡିଆରେ ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ ଅନୁଭବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Actress Barsha left Anubhav's house
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X