ମନୋରଞ୍ଜନ ଜଗତ ପାଇଁ ଏକ ଦୁଃଖଦ ଖବର : ଆତ୍ମହତ୍ୟା କଲେ ଲୋକପ୍ରିୟ ଅଭିନେତ୍ରୀ
Aparna P Nair Death: ମନୋରଞ୍ଜନ ଜଗତ ପାଇଁ ଏକ ଦୁଃଖଦ ଖବର । ମାଲାୟାଲମ୍ ଅଭିନେତ୍ରୀ ଅପର୍ଣ୍ଣା ପି ନାୟର୍ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । 31 ଅଗଷ୍ଟ ରାତିରେ ପୋଲିସକୁ ଏ ସମ୍ପର୍କରେ ସୂଚନା ମିଳିଥିଲା । ପରେ ତିରୁବନନ୍ତପୁରମରେ ଥିବା ତାଙ୍କ ଘରୁ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହି ସମୟରେ ଘରେ ତାଙ୍କ ମା'ଏବଂ ଭଉଣୀ ଘରେ ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ, ଚିକିତ୍ସା ପାଇଁ ଅପର୍ଣ୍ଣାଙ୍କୁ ତୁରନ୍ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଅପର୍ଣ୍ଣାଙ୍କ ମୃତଦେହକୁ ଏକ ଘରୋଇ ଡାକ୍ତରଖାନାକୁ ଯାଞ୍ଚ ପାଇଁ ପଠାଯାଇଛି । ବର୍ତ୍ତମାନ ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରିଛି ଏବଂ ଖୁବ ଶୀଘ୍ର ତଦନ୍ତ ଆରମ୍ଭ ହେବ। ସମ୍ପର୍କୀୟ ଏବଂ ପରିବାରର ବିବୃତ୍ତି ପୋଲିସ ରେକର୍ଡ କରିଛି। ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଇନଷ୍ଟାଗ୍ରାମରେ ସକ୍ରିୟ ଥିଲେ। ଯେଉଁଥିରେ ସେ ନିଜ ସ୍ୱାମୀ ଏବଂ ପିଲାମାନଙ୍କର ଫଟୋ ଏବଂ ଭିଡିଓ ପୋଷ୍ଟ କରିଥାନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅପର୍ଣ୍ଣା ଜଣେ ଜଣାଶୁଣା ମାଲାୟାଲମ୍ ଅଭିନେତ୍ରୀ । ସେ ଚନ୍ଦନମାଜା, ଆତ୍ମସଖୀ, ମୈଥୀଲି ଏବଂ ଦେବସ୍ପର୍ଶମ୍ ଭଳି ଟିଭି ଶୋ"ରେ ଅଭିନୟ କରି ଘରେ ଘରେ ଏକ ପରିଚିତ ଚେହେରା ସାଜିଥିଲେ । ଏହା ବ୍ୟତୀତ ଅଭିନେତ୍ରୀ ଅନେକ ମାଲାୟାଲମ୍ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ।
ବର୍ତ୍ତମାନ ଅଭିନେତ୍ରୀଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଆରମ୍ଭ କରିଛନ୍ତି । ତେବେ ଅଭିନେତ୍ରୀ କେଉଁ କାରଣରୁ ଆତ୍ମହତ୍ୟା କଲେ ସେ ନେଇ କୌଣସି ସ୍ପଟ୍ ସୂଚନା ମିଳିପାରି ନାହିଁ ।












Click it and Unblock the Notifications