ଏକା ସାଙ୍ଗରେ ଦୁଇ ଜଣଙ୍କୁ ଡେଟ୍ କରୁଥିଲେ ଅଭିନେତ୍ରୀ ଅନନ୍ୟା !

ଏକା ସାଙ୍ଗରେ ଦୁଇ ଜଣଙ୍କୁ ଡେଟ୍ କରୁଥିଲେ ଅଭିନେତ୍ରୀ ଅନନ୍ୟା !

ମୁମ୍ବାଇ: 'କଫି ୱିଥ୍ କରନ'ରେ ସେଲିବ୍ରିଟିଙ୍କୁ ନେଇ ଅନେକ ରୋମାଞ୍ଚକ କଥା ସାମ୍ନାକୁ ଆସିଥାଏ । ନିଜ ପ୍ରିୟ ଷ୍ଟାରଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଜଣା ଅଜଣା କଥା ଏହି ଶୋ' ମାଧ୍ୟମରେ ଫ୍ୟାନ୍ସ ମାନେ ଜାଣିପାରନ୍ତି । 'କଫି ୱିଥ୍ କରନ ୭'ର ୧୨ ତମ ଏପିସୋଡରେ ବେଶ୍ ରୋମାଞ୍ଚକର କଥା ଜାଣିବା ପାଇଁ ମିଳିଥିଲା । କାରଣ ଏଥରର ଅତିଥୀ ଥିଲେ ପ୍ରସିଦ୍ଧ ବଲିଉଡ ଅଭିନେତା ମାନଙ୍କର ପତ୍ନୀ । ଭାବନା ପାଣ୍ତେ, ମହିପ କପୁର ଓ ଗୌରୀ ଖାନ ।

Ananya Panday

ଅଭିନେତ୍ରୀ ଅନନ୍ୟାଙ୍କ ମା' ଭାବନାଙ୍କୁ କରନ ଦେଇଥିଲେ ଆଶ୍ଚର୍ଯ୍ୟ କଲା ପରି ଖବର । ଯାହା ଫ୍ୟାନ୍ସଙ୍କୁ ମଧ୍ୟ ଚକିତ କରିଛି । ଶୋ'ରେ କରନ କହିଥିଲେ ଅନନ୍ୟା ଏକା ସହିତ ଦୁଇ ଜଣ ପୁଅଙ୍କୁ ଡେଟ୍ କରୁଥିଲେ । ଏ କଥା ଶୁଣିବା ପରେ ମା' ଭାବନା ଝିଅ ଅନନ୍ୟାଙ୍କ ପକ୍ଷ ନେଇ କହିଥିଲେ 'ନା ସେ ଏପରି କରି ନଥିବ, କାରଣ ପୂର୍ବରୁ ସେ ଜଣଙ୍କ ସହ ବ୍ରେକଅପ୍ କରିସାରିଛି' । ହେଲେ କରନ କହିଥିଲେ ଏହା ସତ୍ୟ ନୁହେଁ ମୋତେ ଲାଗୁଛି ସେ ଏପରି କରିଥିଲେ ।

ଅନନ୍ୟା ପାଣ୍ତେ କିଛି ସମୟ ପୂର୍ବରୁ ଇଶାନ ଖଟ୍ଟରଙ୍କ ସହ ବ୍ରେକ୍ଅପ କରିସାରିଛନ୍ତି । ଇଶାନ ଓ ଅନନ୍ୟା କରନଙ୍କ ଶୋ'ରେ ଭିନ୍ନ ଭିନ୍ନ ଏପିସୋଡରେ ମଧ୍ୟ ନଜର ଆସିଥିଲେ । କରନ ଅନ୍ୟାଙ୍କୁ ପ୍ରଶ୍ନ କରିଥିଲେ ଯେ ତୁମେ ବିଜୟ ଦେବରାକୋଣ୍ତାଙ୍କୁ ଡେଟ୍ କରୁଛ କି ଯାହାର ଉତ୍ତରରେ ଅଭିନେତ୍ରୀ କହିଥିଲେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଡେଟ୍ । କରଣଙ୍କୁ ଅନନ୍ୟା ଏହା ମଧ୍ୟ କହିଥିଲେ ଯେ ସେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମଧ୍ୟ ବେଶ୍ ପସନ୍ଦ କରନ୍ତି । ସେହିପରି ବିଜୟ ଓ ଅନନ୍ୟାଙ୍କ ସମ୍ପର୍କକୁ ନେଇ ମଧ୍ୟ ମା' ଭାବନା ପାଣ୍ତେଙ୍କୁ କରନ ପ୍ରଶ୍ନ ପଚାଥିଲେ ଯାହାର ଉତ୍ତରରେ ସେ କହିଥିଲେ ଯେ ଏହି ଅଭିନେତାଙ୍କ ଲୁକ୍ ମୋତେ ବହୁତ୍ ଭଲ ଲାଗେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+