ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମିଷା ପଟେଲ

ମୁମ୍ବାଇ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମିଷା ପଟେଲ । ଅଭିନେତ୍ରୀ ଏବଂ ତାଙ୍କ ବିଜନେସ ପାର୍ଟନର କୃନାଲଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି । ଠକେଇ ଏବଂ ଚେକ୍ ବାଉନ୍ସ ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି ।

ଝାଡ଼ଖଣ୍ତର ଫିଲ୍ମ ନିର୍ଦ୍ଦେଶକ ଅଜୟ କୁମାର ସିଂ ଅମିଷା ପଟେଲ ଏବଂ ତାଙ୍କ ପାର୍ଟନରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ରିପୋର୍ଟ ଅନୁସାରେ, ଅଭିନେତ୍ରୀଙ୍କ ବିରୋଧରେ ଠକେଇ, ଧମକ ଦେବା ଏବଂ ଚେକ୍ ବାଉନ୍ସ ହେବା ନେଇ ଏକ ୱାରେଣ୍ଟ ଜାରି କରାଯାଇଛି ।

ameesha patel

ପୂର୍ବରୁ ଆମୀଷା ଏବଂ ତାଙ୍କ ବିଜନେସ ପାର୍ଚନରଙ୍କୁ କୋର୍ଟ ବରମ୍ବାର ସମନ ଜାରି କରିବା ସତ୍ୱେ ଅଭିନେତ୍ରୀ କୋର୍ଟରେ ହାଜର ହୋଇ ନଥିଲେ କିମ୍ବା ତାଙ୍କ ତରଫରୁ କୌଣସି ଓକିଲ ମଧ୍ୟ କୋର୍ଟ ଆସି ନଥିଲେ । ଯାହା ପରେ ସିଭିଲ୍ କୋର୍ଟ ଅସନ୍ତୋଷ ପ୍ରକାଶ କରି ଗୁରୁବାର ଦିନ ଅମିଷା ଏବଂ ତାଙ୍କ ପାର୍ଟନରଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ଏପ୍ରିଲ୍ ୧୫ ତାରିଖରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ । ସେପଟେ ଏହି ମାମଲାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତ୍ରୀ କିମ୍ବା ତାଙ୍କ ଟିମ୍ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+