Vikrant Massey: ଅବସର ନେବେ ନାହିଁ ଅଭିନେତା ବିକ୍ରାନ୍ତ ମେସି, କହିଲେ ବର୍ତ୍ତମାନ ଘରକୁ ଫେରିବା ସମୟ
Vikrant Massey On Retirement: ବିକ୍ରାନ୍ତ ମେସି ବର୍ତ୍ତମାନ ନିଜ ଅବସରକୁ ନେଇ ଲାଇମଲାଇଟରେ ରହିଛନ୍ତି । ନିକଟରେ ଅଭିନେତା ଚଳଚ୍ଚିତ୍ର ଜଗତରୁ ବିରତି ନେବା ନେଇ ଘୋଷଣା କରିଥିଲେ । ପରେ ସୋସିଆଲ ମିଡିଆରେ ଅଭିନେତାଙ୍କ ଅବସର ଖବର ପ୍ରକାଶ ପାଇଥିଲା । ଯାହା ପରେ 'ଦ ସାବରମତୀ ରିପୋର୍ଟ' ଅଭିନେତା ଏହି ଖବର ଉପରେ ନିଜ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ମୁଁ ସିନେମା ଜଗତରୁ ଅବସର ନେଉ ନାହିଁ ବରଂ କିଛି ସମୟ ପାଇଁ ବ୍ରେକ୍ ନେଉଛି ।

ନିକଟରେ ନ୍ୟୁଜ୍ ୧୮' ସହ ଆଲୋଚନା ବେଳେ ଅଭିନେତା ବିକ୍ରାନ୍ତ ମେସି ଭାଇରାଲ ହେଉଥିବା ଖବର ଉପରେ ବ୍ରେକ୍ ଲଗାଇ କହିଛନ୍ତି, ବର୍ତ୍ତମାନ ପାଇଁ ସେ କିଛି ସମୟ ପାଇଁ ସିନେମା ଜଗତରୁ ବ୍ରେକ୍ ନେଉଛନ୍ତି, କାରଣ ତାଙ୍କ ସ୍ୱାସ୍ଥ୍ୟ କିଛି ଦିନ ହେଲା ଠିକ୍ ନାହିଁ, ସେ ଅସୁସ୍ଥ ଅଛନ୍ତି । ତାଙ୍କ ପୋଷ୍ଟକୁ ଭୁଲ ଢଙ୍ଗରେ ନିଆଯାଇଛି ବୋଲି ଅଭିନେତା କହିଛନ୍ତି ।
ନିକଟରେ ଅଭିନେତା କିଛି ସମୟ ପାଇଁ ଅଭିନୟରୁ ବ୍ରେକ୍ ନେବା ପାଇଁ ଘୋଷଣା କରିଥିଲେ । ସେ ଲେଖିଥିଲେ, ଗତ କିଛି ବର୍ଷ ମୋ ପାଇଁ ଖୁବ ଭଲ ରହିଛି,ଯେଉଁଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛି । ହେଲେ ମୋତେ ଲାଗୁଛି ବର୍ତ୍ତମାନ ମୋତେ ଘରକୁ ଫେରିବା ପାଇଁ ପଡିବ, ଜଣେ ସ୍ୱାମୀ, ପିତା ଏବଂ ପୁଅ ହିସାବରେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନିକଟରେ ଅଭିନେତା ବିକ୍ରାନ୍ତ ମେସିଙ୍କର ଫିଲ୍ମ 'ଦ ସାବରମତୀ ରିପୋର୍ଟ' ରିଲିଜ୍ ହୋଇଛି । ଯାହାକୁ ଦର୍ଶକଙ୍କଠୁ ବେଶ୍ ଭଲ ପ୍ରତିକ୍ରିୟା ସାଉଁଟୁଛି । ଏପରିକି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ସିନେମାର ପ୍ରଶଂସା କରିଛନ୍ତି ଏବଂ ଡିସେମ୍ବଭର ୨ ତାରିଖରେ ପ୍ରଧାନମନ୍ତ୍ରୀ ଏହି ସିନେମା ଦେଖିଛନ୍ତି ।
ସେହିପରି ସିନେମା 'ଦ ସାବରମତୀ ରିପୋର୍ଟ'କୁ ଅନେକା ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ସିନେମା ଦେଖିଥିଲେ । ଫିଲ୍ମ ଦେଖିବା ପରେ 'ଦ ସାବରମତୀ ରିପୋର୍ଟ'ର ପୁରା ଟିମର ପ୍ରଶଂସା କରିିଥିଲେ ଯୋଗୀ ଆଦିତ୍ୟନାଥ ।
ଡିସେମ୍ବର ୨ ତାରିଖ ସୋମବାର ସନ୍ଧ୍ୟାରେ ମୋଦି ଏହି ସିନେମା ଦେଖିଥିଲେ ପ୍ରଧାନମନ୍ତ୍ରୀଙ୍କ ସହ 'ଦ ସାବରମତୀ ରିପୋର୍ଟ'ର ପୁରା ଟିମ୍ ମଧ୍ୟ ଏହି ଫିଲ୍ମ ଦେଖିଥିଲା । ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ସିନେମା ଦେଖିବା ପରେ ଅଭିନେତା ନିଜ ଖୁସି ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ତାଙ୍କ ଜୀବନର ଏହା ହାଇଏଷ୍ଟ ପଏଣ୍ଟ ।












Click it and Unblock the Notifications