ବିଜେପିରେ ମିଶିଲେ ଅଭିନେତା ଶେଖର ସୁମନ
Shekhar Suman Joins BJP: ବଲିଉଡ ଅଭିନେତା ଶେଖର ସୁମନ୍ ନିଜ ୱେବ୍ ସିରିଜ୍ 'ହିମାମଣ୍ତି'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ଅଭିନେତା ବର୍ତ୍ତମାନ ଆଉ ଏକ ବଡ଼ ନ୍ୟୁଜକୁ ନେଇ ହେଡଲାଇନରେ ଅଛନ୍ତି । ମେ'୭ ତାରିଖରେ ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି ।
2009 ମସିହାରେ ଶେଖର ସୁମନ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ପାଟନା ସାହିବରୁ ନିର୍ବାଚନ ଲଢିଥିଲେ । ଗୋଟେ ପଟେ ଦେଶରେ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ଚାଲିଥିବା ବେଳେ ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି। ତେବେ ଭବିଷ୍ୟତରେ ଶେଖର ସୁମନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଶେଖର ସୁମନ ବର୍ତ୍ତମାନ ତାଙ୍କର ରିଲିଜ୍ ହୋଇଥିବା ସିରିଜ୍ ହିରାମଣ୍ଡି ସଫଳତାକୁ ଉପଭୋଗ କରୁଛନ୍ତି । ଏହି ସିରିଜ୍ ନେଟଫ୍ଲିକ୍ସରେ ଚଳିତ ମାସରେ ମୁକ୍ତିଲାଭ କରିଛି । ହିରାମଣ୍ଡିରେ ଶେଖର ସୁମନଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି । ଖାସ କଥା ହେଉଛି ଶେଖର ସୁମନଙ୍କ ସହ ତାଙ୍କ ପୁଅ ଆଦୟନ ସୁମନ ମଧ୍ୟ ଏହି ସିରିଜରେ ନଜର ଆସିଛନ୍ତି।
ଏମାନଙ୍କ ବ୍ୟତୀତ ସୋନାକ୍ଷୀ ସିହ୍ନା, ରିଚା, ସଞ୍ଜୀଦା ଶେଖ, ଆଦିତୀ ରାଓ ହାଦରୀ, ଫରଦ୍ଦିନ ଖାନ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ୱେଲ୍ ଏହି ସିରିଜରେ ଶେଖର ସୁମନ ମନିଷା କୋଇରାଲାଙ୍କର ଅନ୍ତରଙ୍ଗ ଦୃଶ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଯାହାକୁ ନେଇ ଅଭିନେତା କହିଥିଲେ ଭନସାଲୀ ଶେଷ ମୁହୂର୍ତ୍ତରେ ଏହି ଦୃଶ୍ୟରେ ପରିବର୍ତ୍ତନ କରିଥିଲେ ।
#WATCH | Actor Shekhar Suman joins BJP at the party headquarters in Delhi pic.twitter.com/Y1izO3Fp6X
— ANI (@ANI) May 7, 2024
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଶେଖର ସୁମନଙ୍କ ପୂର୍ବରୁ ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ମଧ୍ୟ ନିକଟରେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା ପରେ ରୁପାଲି କହିଥିଲେ -ବିକାଶର ଏହି ମହାନ ଯାତ୍ରାରେ ସେ ଯୋଗ ଦେବା ପାଇଁ ଦଳରେ ସାମିଲ ହେଉଛନ୍ତି ।
ସୂଚନାଥାଉ ଯେ, ଆଜି ଦେଶର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି ।












Click it and Unblock the Notifications