୫୯ ବର୍ଷ ବୟସରେ ଏହି ରୋଗରେ ପିଡୀତ ଅଭିନେତା ଶାହାରୁଖ ଖାନ !
Shah Rukh Khan: ନିକଟରେ କିଙ୍ଗ୍ ଖାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦୁବାଇରେ ପହଞ୍ଚିଥିଲେ । ଯେଉଁଠି ଶାହାରୁଖଙ୍କ ବିଷୟରେ କିଛି ଅଜଣା କଥା ଜାଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକଟରେ ଏକ ଇଭେଣ୍ଟରେ ଶାହାରୁଖ କହିଛନ୍ତି, ମୋତେ ୫୯ ବର୍ଷ ଚଳିତ ବର୍ଷ ୬୦ ଛୁଇଁବ ହେଲେ ମୁଁ ୩୦ ବର୍ଷ ବୟସ ପରି ଦେଖାଯାଉଛି । ହେଲେ ମୁଁ କିଛି ଜିନିଷ ଭୁଲି ଯାଉଛି ।
ଏହି ଇଭେଣ୍ଟରେ ଶାହାରୁଖଙ୍କୁ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ମଧ୍ୟ ପଚରାଯାଇଥିଲା । ଉତ୍ତରରେ ସେ କହିଲେ, ମୁଁ କିଛି ମାସ ପରେ ମୁମ୍ବାଇରେ ଏହାର ସୁଟିଂ କରିବି। ମୋର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ବହୁତ କଠୋର। ସେ ପଠାନ୍ ବନାଇଛନ୍ତି । ସେ ବହୁତ କଠୋର, ସେ ମୋତେ କହିଛନ୍ତି ଯେ କାହାକୁ କିଛି ନ କହିବା ପାଇଁ । ହେଲେ ମୁଁ ଆପଣ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଉଛି ଖୁବ୍ ଶୀଘ୍ର ଏହି ଫିଲ୍ମ ଆପଣଙ୍କ ମନୋରଞ୍ଜନ କରିବ ।

ଶାହରୁଖ ଆହୁରି କହିଛନ୍ତି, ମୁଁ ଏହି ଫିଲ୍ମ ପାଇଁ ବହୁତ କଠିନ ପରିଶ୍ରମ କରୁଛି। ସିଦ୍ଧାର୍ଥ ଆନନ୍ଦ ଏବଂ ସମଗ୍ର ଟିମ୍ ମଧ୍ୟ ବହୁତ କଠିନ ପରିଶ୍ରମ କରୁଛନ୍ତି। ଆମେ ଏକ ଭଲ ଫିଲ୍ମ ତିଆରି କରିବାକୁ ଚେଷ୍ଟା କରିବୁ ଯାହା ସମସ୍ତଙ୍କ ମନୋରଞ୍ଜନ କରିପାରିବ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସିଦ୍ଧାର୍ଥ ଆନନ୍ଦ ଫିଲ୍ମ ପଠାନ୍ ନିର୍ମାଣ କରିଥିଲେ ଯାହା ବକ୍ସଅଫିସରେ ୧୦୫୦ କୋଟି ଆୟ କରିଥିଲା। ସେହିପରି ଫିଲ୍ମ 'କିଙ୍ଗ୍'ରେ ଜବରଦସ୍ତ ଆକ୍ସନ ଦେଖିବା ପାଇଁ ମିଳିବ । ଏହି ସିନେମାରେ ଶାହାରୁଖଙ୍କ ସହ ସୁହାନା ଖାନ ମଧ୍ୟ ନଜର ଆସିବେ । 'କିଙ୍ଗ୍'ର ଆକ୍ସନ ସିନ୍ ପାଇଁ ଭିନ୍ନ ଭିନ୍ନ ଦେଶରେ ସୁଟିଂ କରିବାକୁ ଯୋଜନା କରାଯାଇଛି । ଫିଲ୍ମରେ ଶାହରୁଖ ଖାନ, ସୁହାନା ଖାନ, ଅଭିଷେକ ବଚ୍ଚନ ଏବଂ ଅଭୟ ବର୍ମାଙ୍କୁ କାଷ୍ଟ କରାଯାଇଛି। ଏହା ସୁହାନାଙ୍କର ଥିଏଟର ଡେବ୍ୟୁ ଫିଲ୍ମ ହେବ। ଏହା ପୂର୍ବରୁ ତାଙ୍କ ଫିଲ୍ମ OTT ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା।












Click it and Unblock the Notifications