'ଜିହାଦ୍'ର ପ୍ରକୃତ ଅର୍ଥ ବୁଝାଇଲେ ଅଭିନେତା ଶାହାରୁଖ ଖାନ
Shahrukh Khan: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ବିଶ୍ୱରେ ଅସନ୍ତୋଷ ଏବଂ କ୍ରୋଧରେ ବୁଡ଼ି ରହିଛି। ଏହି ଘଟଣାରେ ୨୬ ଜଣ ନିରୀହ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ହେଲେ ସବୁଠୁ ଆଶ୍ଚର୍ଯ୍ୟ କଲା ପରି ଘଟଣା ହେଲା ଆତଙ୍କବାଦୀମାନେ ବାଛି ବାଛି ହିନ୍ଦୁମାନଙ୍କୁ ହତ୍ୟା କରିଥିଲେ।
ତେବେ ଆତଙ୍କବାଦୀମାନେ ସେମାନଙ୍କର ଭୟଙ୍କର ଆକ୍ରମଣ ପଛରେ ସର୍ବଦା 'ଜିହାଦ' ଶବ୍ଦ ବ୍ୟବହାର କରନ୍ତି। ଏହାରି ଧ୍ୟରେ ଶାହରୁଖ ଖାନଙ୍କର ଏକ ପୁରୁଣା ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସୁପରଷ୍ଟାର 'ଜିହାଦ'ର ପ୍ରକୃତ ଅର୍ଥ ବୁଝାଉଥିବାର ଦେଖିବା ପାଇଁ ମିଳିଥିଲା ।

ପରଷ୍ଟାର ଶାହରୁଖ ଖାନ 'ଜିହାଦି'ର ପ୍ରକୃତ ଅର୍ଥ ବୁଝାଇ କହିଛନ୍ତି, "ମୁଁ ଇସଲାମିକ ଧର୍ମର, ମୁଁ ଜଣେ ମୁସଲମାନ। ଆମ ଧର୍ମରେ ଏକ ଶବ୍ଦ ଅଛି ଯାହାର ଅପବ୍ୟବହାର କରାଯାଏ, ତାହା ହେଉଛି ଜିହାଦ। ଜିହାଦର ଅର୍ଥ ଆପଣଙ୍କ ଭିତରେ ଥିବା ମନ୍ଦ ଚିନ୍ତାଧାରା ଉପରେ ବିଜୟ ଲାଭ କରିବା, ଏଥିପାଇଁ ଲଢ଼ିବା ଯାହାକୁ ଜିହାଦ କୁହାଯାଏ। ବାହାରେ ରାସ୍ତାରେ ଲୋକଙ୍କୁ ହତ୍ୟା କରିବାର ଅର୍ଥ ଜିହାଦ ନୁହେଁ।"
ଆପଣଙ୍କୁ କହିରଖୁଛୁ ଯେ ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ। ଏହି ଆତଙ୍କବାଦୀମାନେ ପ୍ରଥମେ ପର୍ଯ୍ୟଟକଙ୍କ ନାମ, ଧର୍ମ ପଚାରିଲେ ଏବଂ ସେମାନଙ୍କୁ କଲମା ପାଠ କରିବାକୁ କହିଲେ। ଏହା ପରେ ଆତଙ୍କବାଦୀମାନେ ବାଛି ବାଛି ହିନ୍ଦୁମାନଙ୍କୁ ହତ୍ୟା କରିଥିଲେ ।
What is real mean of Zihad By Dr.Shah Rukh Khan.
Take 20 Seconds to know his answer.
Max Rt if you really appreciate his kind word, Spraed max.👇#StopFakeNewsAgainstSRK pic.twitter.com/ycWzBrdWsn
— ARhan (@arhan4srk) February 18, 2019
ଏହି ଜଘନ୍ୟ ହତ୍ୟାକାଣ୍ଡରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହି ହୃଦୟବିଦାରକ ଘଟଣା ପାଇଁ ସାରା ଦେଶରେ କ୍ରୋଧ ରହିଛି ଏବଂ ଲୋକମାନେ ସରକାରଙ୍କଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି। ଏସବୁ ମଧ୍ୟରେ, ମୋଦି ସରକାର ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଏବଂ ସମସ୍ତ ପାକିସ୍ତାନୀଙ୍କୁ ଦେଶ ଛାଡିବା ପାଇଁ ଅଲଟିମେଟମ୍ ଦେଇଛନ୍ତି ଏବଂ ପାକିସ୍ତାନୀଙ୍କ ଭିସା ମଧ୍ୟ ବନ୍ଦ କରାଯାଇଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications