'ମନ୍ନତ' ପୂର୍ବରୁ କେଉଁଠି ରହୁଥିଲେ ଶାହାରୁଖ, ଜାଣନ୍ତୁ କିପରି ଥିଲା ତାଙ୍କର ପ୍ରଥମ ଘର

'ମନ୍ନତ' ପୂର୍ବରୁ କେଉଁଠି ରହୁଥିଲେ ଶାହାରୁଖ, ଜାଣନ୍ତୁ କିପରି ଥିଲା ତାଙ୍କର ପ୍ରଥମ ଘର

ମୁମ୍ବାଇ: ଆଜି ୫୭ ବର୍ଷରେ ପାଦ ଦେଲେ ବଲିଉଡର ବାଦଶାହ ଶାହରୁଖ ଖାନ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଶଂସକମାନେ ଅଭିନେତାଙ୍କର ଏକ ଝଲକ ପାଇବା ପାଇଁ 'ମନ୍ନତ' ବାହେରେ ଆସି ପହଁଚିଥିଲେ ଏବଂ କିଙ୍ଗ୍ ଖାନ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଏହି ଇଚ୍ଛା ପୂରଣ କରିଥିଲେ । ଏମିତି ତ ନିଜ ପ୍ରିୟ ଷ୍ଟାରଙ୍କର ପୁରା ଅପଡେଟ୍ ରଖନ୍ତି ଫ୍ୟାନ୍ସ ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ କଥା ବିଷୟରେ ଜଣାଇବୁ ଯାହା ହୁଏତ ଖୁବ କମ ଲୋକ ହିଁ ଜାଣିଥିବେ । ବେଶ୍ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ୍ ଶାହାରୁଖ ଖାନଙ୍କର । ଆଜିର ତାରିଖରେ ଶାହରୁଖ ଖାନ ୨୦୦ କୋଟିରୁ ଅଧିକ ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା 'ମନ୍ନତ'ରେ ବେଶ୍ ଆରାମାରେ ଜୀବନ ଅତିବାହିତ କରୁଛନ୍ତି, ହେଲେ ଏହା ପୂର୍ବରୁ ସେ କେଉଁଠି ରହୁଥିଲେ ସେ ବିଷୟରେ ହୁଏତ ଖୁବ୍ କମ୍ ପ୍ରଶଂସକ ଜାଣିଥିବେ ।

shah rukh khan
ମୁମ୍ବାଇରେ ଶାହାରୁଖଙ୍କ ପ୍ରଥମ ଘର
ଶାହାରୁଖ ଖାନ ନିଜେ ସିମି ଗେରେୱାଲଙ୍କ ଶୋ'ରେ ନିଜ ମୁମ୍ବାଇର ପ୍ରଥମ ଘର ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ସମୁଦ୍ର କୂଳରେ ଥିବା ଏକ ତିନି କୋଠରୀ ବିଶିଷ୍ଟ ଘରେ ସେ ରହୁଥିଲେ ଯାହା ଅତି ସାଧାରଣ ଥିଲା । ତାଙ୍କ ପ୍ରଥମ ଘରର ନା' ମଧ୍ୟ ସେ ମନେ ରଖିଥିଲେ । 'ଶ୍ରୀ ଅମୃତ ଏ' ନାମକ ଫ୍ଲାଟରେ ସେ ରହୁଥିଲେ । ଅଭିନେତା କହିଥିଲେ ଯେ ସେହି ଘରର ପ୍ରତ୍ୟକ ଜୀନଷ ଅତି ସାଧାରଣ ଥିଲା । ଚାରି ଜଣଙ୍କ ପାଇଁ ଏକ ଡାନିଂ ଟେବୁଲ୍ ବହି ରଖିବା ପାଇଁ କାଠ ଆଲମାରୀ, ୱିଣ୍ଡୋରେ ସାଧାରଣ ପରଦା ଏବଂ ଲିଭିଙ୍ଗ୍ ରୁମରେ ଚମଡା ସୋଫାଟିଏ ।

ପୁଅ ଆର୍ଯ୍ୟନ ସେହି ଘରେ ଜନ୍ମ ହୋଇଥିଲେ
ଶାହାରୁଖ ଏବଂ ଗୌରୀଙ୍କ ପ୍ରଥମ ସନ୍ତାନ ଅର୍ଥାତ୍ ଆର୍ଯ୍ୟନଙ୍କ ଜନ୍ମ ସେହି ଘରେ ରହୁଥିବା ବେଳେ ହୋଇଥିଲା । ୧୩ ନଭେମ୍ବର ୧୯୯୭ ରେ ଜନ୍ମଗ୍ରହଣ କରିଥିଲେ ଅର୍ଯ୍ୟନ । ଅବଶ୍ୟ, ୨୦୦୧ ମସିହାରେ, ଶାହାରୁଖ ତାଙ୍କ ପରିବାର ସହିତ 'ମନ୍ନତ'କୁ ସିଫ୍ଟ ହୋଇଯାଇଥିଲେ । ତେବେ ଶାହାରୁଖଙ୍କ 'ମନ୍ନତ'ର ନା'ପୂର୍ବରୁ 'ଭିଲ୍ଲା ଭିଏନା' ଭାବରେ ଜଣାଶୁଣା ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+