ବନ୍ଧୁକ ରଖିବେ ଅଭିନେତା ସଲମାନ ଖାନ
Actor Salman Khan Gets Gun License :ବନ୍ଧୁକ ରଖିବେ ଅଭିନେତା ସଲମାନ ଖାନ
ମୁମ୍ବାଇ: ବନ୍ଧୁକ ରଖିବେ ଅଭିନେତା ସଲମାନ ଖାନ । ନିକଟରେ ଅଭିନେତା ସଲମାନ ଖାନ ଓ ତାଙ୍କ ପିତାଙ୍କୁ ହତ୍ୟା ଧମକ-ପତ୍ର ମିଳିଥିଲା । ଯାହା ପରେ ନିଜ ଆତ୍ମରକ୍ଷା ନିମନ୍ତେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ୍ ପାଇଁ ଆବେଦନ କରିଥିଲେ ସଲମାନ । ଅଭିନେତା ସଲମାନ ଖାନଙ୍କୁ ଆର୍ମସ୍ ଲାଇସେନ୍ସ୍ ପ୍ରଦାନ କରାଯାଇଛି ଯାହା ମୁମ୍ବାଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

୨୨ ଜୁଲାଇରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟି ଅସ୍ତ୍ର ଲାଇସେନ୍ସ୍ ପାଇଁ ଆବେଦନ କରିଥିଲେ ସଲମାନ । ଆବେଦନ ପରେ ଅଭିନେତାଙ୍କର ଅପରାଧିକ ରେକର୍ଡ ଓ ସରକାରୀ ଡକ୍ୟୁମେଣ୍ଟ ଯାଞ୍ଚ ଅନୁସନ୍ଧାନ କରାଯାଇଥିଲା ଏବଂ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବନ୍ଧୁକ ଲାଇସେନ୍ସ୍ ପ୍ରଦାନ କରାଯିବା ନିଷ୍ପତ୍ତି ନିଆ ଯାଇଛି । ହେଲେ ସେ କେଉଁ ପ୍ରକାର ଅସ୍ତ୍ର ରଖିପାରିବେ ତାହା ଏହି ଲାଇସେନ୍ସ୍ ଉଲ୍ଲେଖ କରାଯାଇ ନାହିଁ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ୬ ଜୁନରୁ ସଲମାନ ଖାନଙ୍କ ସୁରକ୍ଷା ବଢାଇଦିଆଯାଇଛି । ସୂଚନା ଏହା ମଧ୍ୟ ରହିଛି ଯେ ସଲମାନ ନିଜ ଗାଡ଼ିକୁ ମଧ୍ୟ ଅବଗ୍ରଡ୍ କରାଇଛନ୍ତି । ଅର୍ଥାତ୍ ସଲମାନଙ୍କ କାର୍ ବର୍ତ୍ତମାନ ବୁଲେଟ୍ ପ୍ରୁଫ୍ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ ଗତ ମେ ୨୯ ତାରିଖରେ ପଞ୍ଜାବର ଗାୟକ ସିଦ୍ଧୁ ମୁଷେୱାଲାଙ୍କୁ ଗୁଳି କରି ହତ୍ୟା କରିବା ପରେ ଜୁନ ମାସରେ ସଲମାନ ଖାନ ତାଙ୍କ ପିତାଙ୍କୁ ଲରେନ୍ସ୍ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ହତ୍ୟା ଧମକ ମିଳିଥିଲା । ଏହି ଘଟଣା ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ଘଟଣା ସହିତ ସମ୍ପୃକ୍ତ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications