Get Updates
Get notified of breaking news, exclusive insights, and must-see stories!

ଟିଭି ଅଭିନେତା Rituraj Singhଙ୍କ ଦେହାନ୍ତ

Rituraj Singh Dies: ଟେଲିଭିଜନ ହୋଷ୍ଟ ଏବଂ ଜଣାଶୁଣା ଅଭିନେତା ରିତୁରାଜ ସିଂ ପରଲୋକ । ସୋମବାର ମଧ୍ୟବର୍ତ୍ତୀ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି । ୯୦ ଦଶକରେ ଜି ଟିଭି ରିଆଲିଟି ଗେମ୍ ସୋ 'ତୋଲ୍ ମୋଲ୍ କେ ବୋଲ୍'ରେ ହୋଷ୍ଟ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହିପରି ତାଙ୍କୁ ଟେଲିଭିଜନର ଅନେକ ସିରିଏଲ, ବଲିଉଡର ଅନେକ ଚଳଚ୍ଚିତ୍ର ଏବଂ OTT ସିରିଜ'ରେ ମଧ୍ୟ ତାଙ୍କର ଦମଦାର ଅଭିନୟ ଦେଖିବା ପାଇଁ ମିଳିଛି ।

Actor Rituraj Sing

1993ରେ ଜି ଟିଭିରେ ପ୍ରସାରିତ ହେଉଥିବା ଟିଭି ଶୋ 'ବନେଗି ଅପନି ବାତ୍'ଜରିଆରେ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ସେହିପରି 'ହିଟଲର ଦିଦି', 'ଜ୍ୟୋତି', 'ଅଦାଲତ', 'ଆହାତ', 'ଦିୟା ଅର ବାତି', ଭଳି ଅନେକ ଟିଭି ସିରିଏଲରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲା ।

ସୂଚନା ଅନୁସାରେ, ମୃତ୍ୟୁ ବେଳକୁ ଅଭିନେତାଙ୍କୁ 59ବର୍ଷ ବୟସ ହୋଇଥିଲା ଏବଂ ସେ ପେଟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ। ନିକଟରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ଚିକିତ୍ସା ଜାରି ଥିଲା ହେଲେ ସୋମବାର ରାତିରେ ଅଭିନେତା ରୁତୁରାଜଙ୍କର ହୃଦଘାତ ହେତୁ ଦେହାନ୍ତ ହୋଇଛି । ତାଙ୍କର ଭଲ ବନ୍ଧୁ ଅମିତ ବହଲ ଏହି ଖବରକୁ ନିଶ୍ଚିତ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି, ପ୍ରଥମେ ଅଭିନେତା ରୁତୁରାଜ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେ ତାଙ୍କୁ ଘରକୁ ଅଣାଯିବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା ଏବଂ ଶେଷରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା ।

ଅଭିନେତା ରୁତୁରାଜଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ଟେଲିଭିଜନ ଜଗତଠୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସବୁଠି ଶୋକର ଛାୟା ଖେଳି ଯାଇଛି । ଅନେକ ତାରକା ସୋସିଆଲ ମିଡିଆରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+