ରଣବୀର ସିଂଙ୍କ Deepfake Video ହେଲା ଭାଇରାଲ, ଅଭିନେତା କଲେ ମାମଲା ରୁଜୁ
Ranveer Singh Deepfake Video: ଅଫ୍ ସ୍କ୍ରିନ୍ ହେଉ କିମ୍ବା ଅନ୍-ସ୍କ୍ରିନ୍ ସବୁବେଳେ ନିଜ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନ ଜିଣିଥାନ୍ତି ରବଣୀର ସିଂ । ସେ ନିଜ ଅଭିନୟ ଏବଂ ଭିନ୍ନ ଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା । ଆଜିକାଲି ସେଲିବ୍ରେଟମାନେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଅଭିନେତାଙ୍କର ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରଣଭୀର ସିଂଙ୍କ Deepfake Video ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରଣବୀର ସିଂ ରାଜନୈତିକ ମତାମତ ଦେଉଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓ ଖୁବ୍ ରିୟଲ ଦେଖା ଯାଉଛି ଏଥିରେ ତାଙ୍କର ବାରାଣାସୀ ଯାତ୍ରାକୁ ଦର୍ଶାଯାଇଛି, କିନ୍ତୁ ଅଡିଓ ତିଆରି କରିବାରେ AI ବ୍ୟବହାର କରାଯାଇଛି ।
ରଣଭୀର ସିଂ ଏହି ଭିଡିଓ ବିଷୟରେ ଜାଣିବା ପରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ସେ ଲେଖିଥିଲେ, Deepfake Video ପରି ଭିଡିଓଠୁ ଦୂରେଇ ରୁହନ୍ତୁ । ସେହିପରି ଏହି ଭିଡିଓ ବିରୋଧରେ ସେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ।
ରଣଭୀରଙ୍କ Deepfake Videoକୁ ନେଇ ନୂଆ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ରଣଭୀର ସିଂଙ୍କ ସରକାରୀ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ, ପୋଲିସ ନିକଟରେ ଏନେଇ ଅଭିଯୋଗ ହୋଇଛି ଏବଂ ଏକ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଛି ଏବଂ ସାଇବର କ୍ରାଇମ ସେଲ୍ ଦ୍ୱାରା ଏହାର ଅନୁସନ୍ଧାନ ଆରମ୍ଭ ହୋଇଯାଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ରମବୀରଙ୍କ ପୂର୍ବରୁ ଅଭିନେତ୍ରୀ ଦୀପିକା ପାଦୁକୋଣ ମଧ୍ୟ Deepfake Videoର ଶିକାର ହୋଇଥିଲେ । ସେହିପରି ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କର ମଧ୍ୟ ଏକ ଫେକ୍ ଭିଡିଓ ଭାଇରାଲ ହୋଇଥିଲା ଯାହାର ନିନ୍ଦା ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ କରିଥିଲେ । ଏହି ଭଡିଓଟି ବେଶ୍ ଭାଇରାଲ ହୋଇଥିଲା ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣଭୀର ସିଂ ଖୁବ୍ ଶୀଘ୍ର ରୋହିତ ଶେଟ୍ଟୀଙ୍କ ଫିଲ୍ମ ସିଙ୍ଘମ'ରେ ନଜର ଆସିଥିଲେ । ଏହି ଫିଲ୍ମରେ ଅଜୟ ଦେବଗନ୍, ଦୀପିକା ପାଦୁକୋଣ, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍ ମଧ୍ୟ ତାଙ୍କ ସହ ନଜର ଆସିବା ନେଇ ସୂଚନା ରହିଛି । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି ।












Click it and Unblock the Notifications