ଏହି ଅଭିନେତା କିଣିଲେ ୮ କୋଟିର ନୂଆ ଗାଡ଼ି
Ranbir Kapoor New Car: ଆଜିକା ତାରିଖରେ ବଲିଉଡ ଅଭିନେତା ରଣବୀର କପୁର ତାଙ୍କ ଅଭିନୟ ପାଇଁ ବେଶ୍ ଚର୍ଚ୍ଚାର ରହିଛନ୍ତି । ଫିଲ୍ମ ଆନିମଲ୍ ବକ୍ସ ଅଫିସରେ ବେଶ୍ ଭଲ ବ୍ୟବସାୟ କରିଥିଲା ଏବଂ ସୁପରହିଟ୍ ପ୍ରମାଣ ହୋଇଥିଲା । ଏହି ଚଳଚ୍ଚିତ୍ରଟି ସନ୍ଦୀପ ରେଡ୍ଡୀ ୱଙ୍ଗାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ବର୍ତ୍ତମାନ ରଣବୀର ତାଙ୍କ ନୂଆ କାର ପାଇଁ ହେଡଲାଇନରେ ଅଛନ୍ତି। ବର୍ତ୍ତମାନ ଅଭିନେତାଙ୍କ ନୂଆ କାରର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଅଭିନେତାଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ଘର ନିକଟରେ ଏକ ନୂଆ କାର ଚଳାଉଥିବାର ନଜର ଆସିଥିଲା । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଏହି ଗାଡିର ମୂଲ୍ୟ 8 କୋଟି ଟଙ୍କା ବୋଲି କୁହାଯାଉଛି। ଅଭିନେତା କାର୍ କଲେକ୍ସନରେ ବର୍ତ୍ତମାନ Bentley Continental ଗାଡି଼ ସାମିଲ ହୋଇଛି । ଏହି ଭିଡିଓରେ ରଣବୀର କପୁରଙ୍କ ସହ କୌଣସି ପରିବାର ସଦସ୍ୟଙ୍କୁ ଦେଖିବା ପାଇଁ ମିଳୁନାହାଁନ୍ତି । ପାପାରାଜି ଅଭିନେତାଙ୍କ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଅଭିନେତାଙ୍କୁ ତାଙ୍କର ନୂତନ କାର ପାଇଁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଦେଇଛନ୍ତି ।
Bentley Continental ଗାଡ଼ି ବ୍ୟତିତ ରଣବୀର କପୁରଙ୍କ ଗ୍ୟାରେଜରେ ଅନେକ ବିଳାସପୂର୍ଣ୍ଣ କାର ମଧ୍ୟ ରହିଛି । Siasat.com ର 2023 ରିପୋର୍ଟ ଅନୁଯାୟୀ ଏହି ଅଭିନେତାଙ୍କର ଲ୍ୟାଣ୍ଡ ରେଞ୍ଜ ରୋଭର ଅଟୋବିଓଗ୍ରାଫି ରହିଛି ଯାହାର ମୂଲ୍ୟ 3.37 କୋଟି ଟଙ୍କା। ଏହା ବ୍ୟତୀତ ତାଙ୍କର 1.71 କୋଟି ଟଙ୍କା ମୂଲ୍ୟର ଏକ ଅଡି A8-L ରହିଛି । ମର୍ସିଡିଜ୍ AMGG 63 ର ମୂଲ୍ୟ 2.28 କୋଟି ଟଙ୍କା । ଏହା ବ୍ୟତୀତ ଅଡି R8 ଅଛି । ଏହାର ମୂଲ୍ୟ 2.72 କୋଟି ଟଙ୍କା ।
କେବଳ ରଣବୀର ନୁହଁନ୍ତି ଆଲିଆ ଭଟ୍ଟ ମଧ୍ୟ ବିଳାସପୂର୍ଣ୍ଣ କାର୍ ରଖିବା ପସନ୍ଦ କରନ୍ତି । ଆଲିଆଙ୍କର ରେଞ୍ଜ ରୋଭର ଯାହାର ମୂଲ୍ୟ 2.8 କୋଟି ଟଙ୍କା । ଏହା ବ୍ୟତୀତ ଅଭିନେତ୍ରୀଙ୍କର ଅଡି A6, BMW 7 ସିରିଜ୍, ଅଡି Q5 ଏବଂ ଅଡି Q7 ମଧ୍ୟ ଅଛି । ରଣବୀର କପୁର ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ 'ଦେବ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆୟାନ୍ ମୁଖାର୍ଜୀଙ୍କ ଏହି ଚଳଚ୍ଚିତ୍ର 2026 ମସିହାରେ ମୁକ୍ତିଲାଭ କରିବ ।












Click it and Unblock the Notifications