ବିବାହ ପୂର୍ବରୁ ରାମ ଚରଣ-ପତ୍ନୀ ଉପାସାନାଙ୍କ ସମ୍ପର୍କ ଥିଲା ଏପରି...
ବିବାହ ପୂର୍ବରୁ ରାମ ଚରଣ-ପତ୍ନୀ ଉପାସାନାଙ୍କ ସମ୍ପର୍କ ଥିଲା ଏପରି...
ମୁମ୍ବାଇ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପାସନା କାମିନେନି କୋନିଡେଲା ଚଳଚ୍ଚିତ୍ର ଜଗତରେ ଏକ ପ୍ରସିଦ୍ଧ ଦମ୍ପତି । ରାମ ଚରଣ ଆଜି ଏକ ପ୍ୟାନ୍ ଇଣ୍ଡିଆ ତାରକା ପାଲଟିଛନ୍ତି । ଆପଣ ସମସ୍ତେ ଅଭିନେତାଙ୍କ ଅଭିନୟ ଏବଂ ତାଙ୍କ ଚଳଚ୍ଚିତ୍ର ବିଷୟରେ ଅବଗତ ଥିବେ, ତାଙ୍କ ଅଭିନୟ ପରି ପ୍ରେମ କାହାଣୀ ମଧ୍ୟ କିଛି କମ୍ ଆକର୍ଷଣୀୟ ନୁହେଁ । ବାଦ-ବିବାଦ ମଧ୍ୟରେ କେବେ ପରସ୍ପରକୁ ଭଲ ପାଇବସିଲେ ସେ କଥା ଏହି ଯୋଡି ମଧ୍ୟ ଜାଣି ନାହିଁ ।

ରାମ ଚରଣ-ଉପାସାନାଙ୍କ ପ୍ରେମ କାହାଣୀ
ଶାହରୁଖ ଖାନ ଏବଂ କାଜୋଲଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର 'କୁଛ କୁଛ ହୋତା ହୈ'ର କାହାଣୀ ତ ଆପଣଙ୍କର ନିଶ୍ଚିତ ଭାବରେ ମନଥିବ । ଏହି ଚଳଚ୍ଚିତ୍ରର ରାହୁଲ ଏବଂ ଅଞ୍ଜଲିଙ୍କ ବନ୍ଧୁତା ପରି ରାମ ଚରଣ ଏବଂ ଉପସାନାଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା । ଭଲ ବନ୍ଧୁ ହେବା ସତ୍ୱେ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ମଧ୍ୟ ହୋଇଥାଏ । ରାମ ଚରଣଙ୍କ ପତ୍ନୀ ଉପସାନା ଆପୋଲୋ ଚ୍ୟାରିଟିର ଉପାଧ୍ୟକ୍ଷ ତଥା ବି ପଜିଟିଭ ପତ୍ରିକାର ମୁଖ୍ୟ ସମ୍ପାଦକ ମଧ୍ୟ । ସେ ରାମ ଚରଣଙ୍କ ସହ ଏକାଠି କଲେଜରେ ପାଠ ମଧ୍ୟ ପଢୁଥିଲେ । ସେହି ସମୟରୁ ହିଁ ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା କିନ୍ତୁ ସେମାନେ କେବଳ ଭଲ ବନ୍ଧୁ ଥିଲେ । ସେମାନଙ୍କ ମଧ୍ୟରେ ବହୁତ ଝଗଡା ମଧ୍ୟ ହୋଇଥାଏ । ମିଡିଆ ରିପୋର୍ଟ ଅନୁଯାୟୀ, କଲେଜ ପରେ ଯେତେବେଳେ ଅଭିନେତା ରାମ ଚରଣ ତାଙ୍କର ପରବର୍ତ୍ତୀ ଅଧ୍ୟୟନ ପାଇଁ ବିଦେଶ ଯାଇଥିଲେ, ସେତେବେଳେ ଦୁହେଁ ପରସ୍ପର ପ୍ରତି ଥିବା ଭଲ ପାଇବା ଅନୁଭବ କରିପାରିଥିଲେ ।
ପରିବାର ସଦସ୍ୟଙ୍କ ସହମତିରେ ହେଲା ଉଭୟଙ୍କ ବିବାହ
ରାମ ଚରଣ ପଢା ସାରି ଯେତେବେଳେ ଘରକୁ ଫେରିଥିଲେ ଏବଂ ଚଳଚ୍ଚିତ୍ରରେ ଅଭିନେତା ଭାବରେ କାମ କରିବା ଆରମ୍ଭ କଲେ, ସେତେବେଳେ ଉପାସାନାଙ୍କ ପ୍ରତି ତାଙ୍କର ପ୍ରେମ ଆହୁରି ବଢିଯାଇଥିଲା । ଚଳଚ୍ଚିତ୍ର 'ମଗଧିରା'ର ସଫଳତା ପରେ ସେମାନଙ୍କ ସମ୍ପର୍କ ବିସୟରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଉଭୟଙ୍କ ପରିବାର ମଧ୍ୟ ଏହା ବିଷୟରେ ଜାଣିବାକୁ ପାଇଲେ । ଯାହା ପରେ ଆରମ୍ଭ ହୋଇଯାଇଥିଲା ର୍ନିବନ୍ଧର ପ୍ରସ୍ତୁତି । ରାମ ଚରଣଙ୍କ ପରିବାର ସଦସ୍ୟମାନେ ପୂର୍ବରୁ ଉପାସାନାଙ୍କ ଜାଣିଥିଲେ ଓ ବେଶ୍ ପସନ୍ଦ କରୁଥିଲେ, ତେଣୁ ଚିନ୍ତା କରିବାର କୌଣସି କାରଣ ନଥିଲା, ତେବେ ପରିବାର ସଦସ୍ୟଙ୍କ ସହମତି କ୍ରମେ ଉଭୟ ବିବାହ କରିଥିଲେ।
ଦକ୍ଷିଣ ସିନେମା ଜଗତ ପାଇଁ ରାମ ଚରଣଙ୍କ ବିବାହ ଏକ ବଡ଼ ଇଭେଣ୍ଟ ସହ ସମାନ ଥିଲା । 14 ଜୁନ୍ 2012 ରେ, ରାମ ଚରଣ ଉପସାନା ସହିତ ବିବାହ କରିଥିଲେ । ଏହି ଯୋଡିର ବିବାହକୁ 10 ବର୍ଷ ପୂର୍ଣ୍ଣ ହୋଇଛି । ବର୍ତ୍ତମାନ, ଉଭୟଙ୍କର କୌଣସି ସନ୍ତାନ ନାହଁନ୍ତି ସତ ହେଲେ ଆଜି ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନରେ ଏହି ରାଜ କରେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications