'ଆଦିପୁରୁଷ'ରେ ରାମଙ୍କ ଭୂମିକା ପାଇଁ ଭୟକରୁଥିଲେ ଅଭିନେତା ପ୍ରଭାସ

'ଆଦିପୁରୁଷ'ରେ ରାମଙ୍କ ଭୂମିକା ପାଇଁ ଭୟକରୁଥିଲେ ଅଭିନେତା ପ୍ରଭାସ

ମୁମ୍ବାଇ: ରିଲିଜ ହୋଇଯାଇଛି ଫିଲ୍ମ 'ଆଦିପୁରୁଷ'ର ଟିଜର । ରିଲିଜ ପରଠୁ ଏପର୍ଯ୍ୟନ୍ତ ଏହି ଟିଜରକୁ 2 କୋଟିରୁ ଅଧିକ ଲୋକ ଦେଖିସାରିଲେଣି । ଫିଲ୍ମର ଟିଜରକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମୁଳୁଛି । ଫିଲ୍ମର VFX ପାଇଁ ଫିଲ୍ମକୁ ଟ୍ରୋଲ କରାଯାଉଛି । ଅନେକ ସିନେପ୍ରେମୀ ଏହି ଫିଲ୍ମକୁ ଏକ କାର୍ଟୁନ ଫିଲ୍ମ ବୋଲି କହୁଛନ୍ତି ।

adipurush

ଓମ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ'ର ପ୍ରଥମ ଟିଜର ରବିବାର ସନ୍ଧ୍ୟାରେ ମୁକ୍ତିଲାଭ କରିଥିଲା ​​। ଫିଲ୍ମ ଟିଜର ଲଞ୍ଚ ସମୟରେ ପ୍ରଭାସ କହିଥିଲେ ଯେ 'ରାମଙ୍କ ଚରିତ୍ର ପାଇଁ ମୁଁ ବହୁତ ଡରି ଯାଇଥିଲି । ଯେତେବେଳେ ତାଙ୍କୁ ଓମ ପ୍ରଭୁ ତାଙ୍କୁ ଏହି ଫିଲ୍ମର ଅଫର ଦେଇଥିଲେ, ସେତେବେଳେ ମୁଁ ଭୟଭୀତ ହୋଇଯାଇଥିଲି । ଏପରିକି ସୁଟିଂର ତିନି ଦିନ ପରେ ମଧ୍ୟ ମୁଁ ନିର୍ଦ୍ଦେଶକଙ୍କୁ ଫୋନ କରି କହିଲି ଯଦି ମୁଁ କୌଣସି ଭୁଲ କରେ...ଖୁବ ପ୍ରେମ, ସମ୍ମାନ ଏବଂ ଭୟ ସହିତ ଆମେ ଏହି ସିନେମା କରୁଛୁ ପ୍ରଭୁ ରାମ ଆମ ଉପରେ ଆଶୀର୍ବାଦ କରନ୍ତୁ ।


ଏହି ଚଳଚ୍ଚିତ୍ରରେ ସୀତା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କ୍ରିତି ସାନନ୍ କହିଛନ୍ତି ଯେ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି ଯେ ତାଙ୍କୁ ଏହି ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି । ସେ କହିଛନ୍ତି, "ମୁଁ ନିଜକୁ ଭାଗ୍ୟବାନ ମନେ କରେ କାରଣ ଖୁବ୍ କମ୍ ଅଭିନେତ୍ରୀଙ୍କୁ ଏହିପରି ଚଳଚ୍ଚିତ୍ରର ଅଂଶ ହେବା ପାଇଁ ମିଳିଥାଏ, ଏପରି ଭୂମିକା ଗ୍ରହଣ କରିବାର ସୁଯୋଗ ମିଳିଥାଏ । ମୁଁ ଭୂଷଣ ସାର୍ ଏବଂ ଓମଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେ ସେ ମୋତେ ଜାନକୀ ପାଇଁ ସକ୍ଷମ ବୋଲି ବିବେଚନା କରିଥିବାରୁ ।

adipurush
'ଆଦିପୁରୁଷ' କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏହା ଭକ୍ତିର ପ୍ରତୀକ । 'ଆଦିପୁରୁଷ' ଏକ ମିଶନ, ଆମ ସମସ୍ତଙ୍କ ପାଇଁ ଏକ ଉତ୍ସାହର ପ୍ରତିକ । ଆମେ ଆମର ଚେଷ୍ଟା କରିଛୁ ଏବଂ ଆଶା କରୁଛୁ ଆପଣ ସମସ୍ତଙ୍କୁ ଏହି ଫିଲ୍ମ ପସନ୍ଦ ଆସିବ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+