ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ
ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ପରଲୋକ । ଗତକାଲି ବିଳମ୍ବିତ ରାତ୍ରିରେ ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି ।

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ପରଲୋକ । ଗତକାଲି ବିଳମ୍ବିତ ରାତ୍ରିରେ ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି । ବୁଧବାର ରାତି ୧୧ ଟା ୨୫ରେ ଅଭିନେତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ।
ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ସେ ଲିଭର୍ ସିରୋସିସ୍ ପରି ଗୁରୁତର ରୋଗରେ ପୀଡିତ ଥିଲେ । ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା । ଅଭିନେତା କ୍ରୋନିକ୍ ହେପାଟାଇଟିସରେ ପୀଡିତ ହୋଇ ତାଙ୍କର ଲିଭର୍ ନଷ୍ଟ ହୋଇଯାଇଥିଲା ।
ଉଚ୍ଚମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ILBSରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ଡୋନର ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦ ଯଶୋଦା ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ମଧ୍ୟ ଡୋନର ନ ମିଳିବାରୁ ଯକୃତ ପ୍ରତିରୋପଣ ହୋଇ ପାରି ନଥିଲା । ପରେ ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା ଏବଂ ଗତକାଲି ରାତିରେ ବଳମ୍ବିତ ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କ ବିୟୋଗରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ଟେଲିଭିଜନ ଓ ସିନେମା ଇଣ୍ତଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା ଥିଲେ ପିଣ୍ଟୁ ନନ୍ଦ ।












Click it and Unblock the Notifications